ଭୁବନେଶ୍ୱର,୦୪।୧୦: ଆଜିଠୁ ଖୋଲିଲା ଭୁବନେଶ୍ୱରର ନନ୍ଦନକାନନ ପ୍ରାଣୀ ଉଦ୍ୟାନ । କରୋନା ସଙ୍କଟ ମଧ୍ୟରେ ପର୍ଯ୍ୟଟକଙ୍କ ପାଇଁ ପୁଣି ଥରେ ଖୋଲିଛି ପ୍ରାଣୀଉଦ୍ୟାନ । ମାସ୍କ ବିନା ନନ୍ଦନକାନନ ମନା, ଏନ୍କ୍ଲୋଜର ଛୁଇଁବା ନିଷେଧ କରାଯାଇଛି । ନନ୍ଦନକାନନରେ ନିୟମିତ ସାନିଟାଇଜର ନେଇ ବ୍ୟବସ୍ଥା ହୋଇଛି ।
ତେବେ ପର୍ଯ୍ୟଟକଙ୍କ ପାଇଁ ଅକ୍ଟୋବର ୪ରୁ ନନ୍ଦନକାନନ ଖୋଲାଯିବ ନେଇ ପିସିସିଏଫ ହରିଶଙ୍କର ଉପାର୍ଯ୍ୟାୟ ସୂଚନା ଦେଇଥିଲେ । ଏକକାଳୀନ କେତେ ସଂଖ୍ୟକ ପର୍ଯ୍ୟଟକଙ୍କୁ ଛଡାଯିବ, ତାହାର ତର୍ଜମା କରାଯିବ । ମାସ୍କ ପିନ୍ଧିନଥିଲେ କୌଣସି ପର୍ଯ୍ୟଟକଙ୍କୁ ଭିତରକୁ ଛଡାଯିବ ନାହିଁ । ଉଭୟ ଅନଲାଇନ୍ ଓ ଅଫ୍ ଲାଇନରେ ଟିକେଟ ମିଳିପାରିବ । ଅଫ୍ ଲାଇନରେ ଟିକେଟ ନେବାକୁ ଧାଡି ନୁହେଁ, ଜଣ ଜଣଙ୍କୁ ଦିଆଯିବ । ପର୍ଯ୍ୟଟକମାନଙ୍କର ଥର୍ମାଲ ସ୍କାନିଂ ହେବାର ବ୍ୟବସ୍ଥା ରହିଛି । 65 ବର୍ଷରୁ ଅଧିକ ବୟସ୍କଙ୍କୁ ପ୍ରବେଶ ପାଇଁ ଅନୁମତି ମିଳିବ ନାହିଁ । ସେହିପରି ପ୍ରାଣୀ ଉଦ୍ୟନ ପରିସରେ ପାନ, ଗୁଡକା, ଖଇନକୁ ବାରଣ କରାଯାଇଛି । ପର୍ଯ୍ୟଟକଙ୍କ ଉପଯୋଗ ପାଇଁ ମଧ୍ୟ ବିଭିନ୍ନ ସ୍ଥାନରେ ସାନିଟାଇଜର ରଖାଯିବ । ପ୍ରାଣୀ ଉଦ୍ୟାନ ଖୋଲିଥିବା ବେଳେ ପିକନିକ ପାଇଁ ଅନୁମତି ଦିଆଯାଇ ନାହିଁ ।