ଭୁବନେଶ୍ୱର,୨୭।୦୯ : ରାଜ୍ୟରେ ହୁ ହୁ ହୋଇ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ୨୪ ଘଣ୍ଟା ମଧ୍ୟରେ ୩୯୨୨କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨,୦୯,୩୭୪ରେ ପହଞ୍ଚିଛି। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୩୦୯ଜଣ କ୍ବାରେଣ୍ଟାଇନ୍ରେ ରହିଥିବା ବେଳେ ୧୬୧୩ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି ।
ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୨୦୦ଜଣ, ବାଲେଶ୍ୱର ଜିଲ୍ଲାରୁ ୭୨ଜଣ,ବରଗଡ଼ ଜିଲ୍ଲାରୁ ୧୫୪ଜଣ, ଭଦ୍ରକ ଜିଲ୍ଲାରୁ ୫୧ଜଣ, ବଲାଙ୍ଗୀର ଜିଲ୍ଲାରୁ ୮୫ଜଣ, ବୌଦ୍ଧ ଜିଲ୍ଲାରୁ ୪୮ଜଣ, କଟକ ଜିଲ୍ଲାରୁ ୩୦୮ଜଣ, ଦେଓଗଡ଼ ଜିଲ୍ଲାରୁ ୮ଜଣ, ଢେଙ୍କାନାଳ ଜିଲ୍ଲାରୁ ୭୬ଜଣ, ଗଜପତି ଜିଲ୍ଲାରୁ ୨୨ଜଣ, ଗଞ୍ଜାମ ଜିଲ୍ଲାରୁ ୩୯ ଜଣ, ଜଗତସିଂହପୁର ଜିଲ୍ଲାରୁ ୧୨୩ଜଣ, ଯାଜପୁର ଜିଲ୍ଲାରୁ ୧୦୩ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୧୦୯ଜଣ, କଳାହାଣ୍ଡି ଜିଲ୍ଲାରୁ ୭୩ଜଣ, କନ୍ଧମାଳ ଜିଲ୍ଲାରୁ ୬୨ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୦୭ଜଣ, କେନ୍ଦୁଝର ଜିଲ୍ଲାରୁ ୨୧୨ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୮୧୮ଜଣ, କୋରାପୁଟ ଜିଲ୍ଲାରୁ ୬୯ଜଣ, ମାଲକାନଗିରି ଜିଲ୍ଲାରୁ ୪9ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୧୪୯ଜଣ, ନବରଙ୍ଗପୁର ଜିଲ୍ଲାରୁ ୪୦ଜଣ, ନୟାଗଡ଼ ଜିଲ୍ଲାରୁ ୪୮ ଜଣ, ନୂଆପଡା ଜିଲ୍ଲାରୁ ୧୧୪ଜଣ, ପୁରୀ ଜିଲ୍ଲାରୁ ୧୮୪ଜଣ, ରାୟଗଡ଼ା ଜିଲ୍ଲାରୁ ୪୮ଜଣ, ସମ୍ବଲପୁର ଜିଲ୍ଲାରୁ ୧୧୭ଜଣ, ସୋନପୁର ଜିଲ୍ଲାରୁ ୨୫ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୧୦୩ଜଣ, ଷ୍ଟେଟ ପୁଲ୍ରୁ ୨୧୪ଜଣ ରହିଛନ୍ତି ।
ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୨,୦୯,୩୭୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୩୮,୩୩୧ ଟି ଆକ୍ଟିଭ୍ କେସ୍ ରହିଛି।