ଆଜି ରାଜ୍ୟରେ ଚିହ୍ନଟ ହେଲେ ୪୧୮୯ କରୋନା ଆକ୍ରାନ୍ତ, ୧୧ ମୃତ

ଭୁବନେଶ୍ୱର,୨୨।୦୯ : ରାଜ୍ୟରେ ଆଜି ୪୧୮୯ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଂକ୍ରମିତଙ୍କ ମଧ୍ୟରୁ ୨୫୫୩ ଜଣ କ୍ଵାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବା ବେଳେ ୧୭୩୬ ଜଣ ସ୍ଥାନୀୟ ଅଞ୍ଚଳର। ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୮୮ ହଜାର ୩୧୧କୁ ବୃଦ୍ଧି ପାଇଛି। ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ସେହିପରି କରୋନାରେ ଆଜି ୯ ଜଣଙ୍କର ମୃତ୍ୟୁ ହୋଇଛି। ଫଳରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୭୨୧ରେ ପହଞ୍ଚିଛି। ମୃତକଙ୍କ ମଧ୍ୟରେ ବାଲେଶ୍ୱର, ବଲାଙ୍ଗିର, ଗଞ୍ଜାମ ଓ ମାଲକାନଗିରିରୁ ୨ ଜଣ ଲେଖାଏଁ ଥିବାବେଳେ ଭଦ୍ରକ, ଖୋର୍ଦ୍ଧା ଓ ପୁରୀରୁ ଜଣେ ଲେଖାଏଁ ରହିଛନ୍ତି।
ମଙ୍ଗଳବାର ମିଳିଥିବା ୩୦ ଜିଲ୍ଲାର ତଥ୍ୟ ଅନୁଯାୟୀ ଖୋର୍ଦ୍ଧା ଜିଲ୍ଲାରୁ ୭୧୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି କଟକରୁ ଅନୁଗୁଳ ୧୦୭, ବାଲେଶ୍ଵର ୧୫୦, ବରଗଡ ୧୨୮, ଭଦ୍ରକ ୩୪, ବଲାଙ୍ଗୀରି ୧୧୪, ବୋଦ୍ଧ ୭୭, କଟକ ୫୮୬, ଦେବଗଡ ୧୨, ଢେଙ୍କାନାଳ ୫୪, ଗଜପତି ୨, ଗଞ୍ଜାମ ୩୫, ଜଗତସିଂହପୁର ୧୦୪, ଯାଜପୁର ୧୮୭, ଝାରସୁଗୁଡା ୮୪, କଳାହାଣ୍ଡି ୧୦୫, କନ୍ଧମାଳ ୭୪, କେନ୍ଦ୍ରାପଡ଼ା ୧୨୬, କେନ୍ଦୁଝର ୩୩, କୋରାପୁଟ ୬୩, ମାଲକାନଗିରି ୭୨, ମୟୂରଭଞ୍ଜ ୧୭୪, ନବରଙ୍ଗପୁର ୭୫, ନୟାଗଡ ୮୨, ନୂଆପଡା ୫୮, ପୁରୀ ୨୬୫, ରାୟଗଡ଼ା ୨୯, ସମ୍ବଲପୁର ୧୧୩, ସୁବର୍ଣ୍ଣପୁରରୁ ୯୦ ଓ ସୁନ୍ଦରଗଡ ଜିଲ୍ଲାରୁ ୨୦୧ ଜଣ ଏବଂ ଷ୍ଟେଟ ପୁଲରୁ ୨୪୩ ଜଣ କରୋନା ଆକ୍ରାନ୍ତଙ୍କ ଚିହ୍ନଟ ହୋଇଛନ୍ତି।