ବାଲୁଗାଁ,ବାଣପୁରରେ ଜବରଦସ୍ତ ଜୋରିମାନା, ପ୍ରଶାସନର ରାହାଜାନିରେ ଜନ ଅସୋନ୍ତଷ ।

ବାଲୁଗାଁ,ବାଣପୁର ୧୮/୦୯: କରୋନାର ଏକ ବିକଟାଳରୂପକୁ ସରକାରୀ ପ୍ରଚାର ପ୍ରସାରରେ ଏକ ମାନସିକ ଭୟର ବାତାବରଣ ସୃଷ୍ଟି କରିଛନ୍ତି ସର୍ବସାଧାରଣରେ । ଓଡିଶା ସରକାରଙ୍କର SRCଙ୍କ ଚିଠି ସଂଖ୍ୟା-5039/R&DM (DM), DT- 31.08.2020 (Annexures)ର ନିର୍ଦ୍ଦେଶାବଳୀକୁ ସରକାରୀ ଚାକିରୀଆ ବାବୁ ମାନେ ଉଚ୍ଚିତ ବ୍ୟାଖ୍ୟା କରିନପାରି ସଂକୁଚିତ ଜ୍ଞାନରେ  ଜୋରଜୁଲୁମରେ ରାହାଜାନିର ରାଜ ଚଳାଇ, ଧମକ, ଚମକର ଭୟ ଦେଇ ଜୋରିମାନା ନାମରେ ଆଞ୍ଚଳିକ ପ୍ରଶାସନର ସମସ୍ତ କର୍ମଚାରୀମାନେ ଟଙ୍କା ଆଦାୟକରି ବ୍ୟବସାୟୀ, ଗାଡିବାହକ, ଯାତ୍ରୀ, ଗ୍ରାହକ ଓ ସର୍ବସାଧାରଣଙ୍କୁ ଆକଣ୍ଠ ଆର୍ଥିକ ଅତ୍ୟାଚାର କରିବାକୁ ବ୍ୟସ୍ତ । ପ୍ରତିବାଦକଲେ ଜୋରିମାନା ବହୁଗୁଣିତ ହେବାର ଧମକ ଦେଉଛନ୍ତି ଓ କୋଟା ପୁରଣ ପାଇଁ ଆବଶ୍ୟକ ଅଛି ବୋଲି କହୁଛନ୍ତି ଏବଂ ବ୍ୟବସାୟ ପ୍ରତିଷ୍ଟାନକୁ ବନ୍ଦ କରାଇଦେବାର ଧମକ ମଧ୍ୟ ଦେଉଛନ୍ତି । ଏଥିରେ କ୍ଷମତାପ୍ରାପ୍ତ ଅଧିକାରୀଙ୍କ ଅନୁପସ୍ଥିତିରେ ମଧ୍ୟ ତୃତୀୟ, ଚତୁର୍ଥ ଶ୍ରେଣୀର କର୍ମଚାରୀମାନେ ମଧ୍ୟ ନିଜ ନିଜର ହାକିମାତ ପ୍ରଦର୍ଶନ କରୁଛନ୍ତି । ଏ ପ୍ରକାର କାର୍ଯ୍ୟାବଳୀରେ ବ୍ୟବସାୟୀ ଓ ସର୍ବସାଧାରଣ ଅତିଷ୍ଟ ହୋଇ ଏକ ବିରାଟ ପ୍ରତିକାରତ୍ମକ ବିକଳ୍ପ ରୂପ ନେବାର ଆଶାସୃଷ୍ଟି ହେଉଛି ।