ଓଡ଼ିଶାର ସର୍ବାଧିକ ୪୧୯୮ଜଣ କରୋନା ପଜିଟିଭ ଚିହ୍ନଟ: ଜାଣନ୍ତୁ କେଉଁଠୁ କେତେ ।

ଭୁବନେଶ୍ୱର ୧୪/୦୯: ଥମୁନି କରୋନା ସଂକ୍ରମଣ । ହୁ ହୁ ହୋଇ ମାଡ଼ି ଚାଲିଛି । କରୋନା ସଂକ୍ରମଣରେ ଓଡ଼ିଶା କରୋନା ସଂଖ୍ୟା ବଢ଼ିବାରେ ଲାଗିଛି। ଆଜି ରାଜ୍ୟରେ ୩୦ଟି ଜିଲ୍ଲାରୁ ରେକର୍ଡ ସଂଖ୍ୟାକ ୪୧୯୮ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୪୭୬ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୧୭୨୨ ରୋଗୀ ସ୍ଥାନୀୟ ସଂକ୍ରମିତ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧ଲକ୍ଷ ୫୫ ହଜାର ୦୦୫ କୁ ବୃଦ୍ଧି କରିଛି । ଏ ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ଆଜି ରାଜ୍ୟରେ ସର୍ବାଧିକ ୪୧୯୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଂପୃକ୍ତ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ୭୫୮ ଜଣ, କଟକରୁ ୩୬୭ ଜଣ, ପୁରୀରୁ ୩୧୦ ଜଣ, ବଲାଙ୍ଗୀରରୁ ୧୯୭ ଜଣ, ସୁନ୍ଦରଗଡ଼ରୁ ୧୯୫ ଜଣ, ଯାଜପୁରରୁ ୧୫୬ ଜଣ, କେନ୍ଦ୍ରାପଡ଼ାରୁ ୧୪୩ ଜଣ, ରାୟଗଡ଼ାରୁ ୧୩୬ ଜଣ, ମୟୂରଭଞ୍ଜରୁ ୧୩୩ ଜଣ, ବାଲେଶ୍ବର ସ ସମ୍ବଲପୁର ଜିଲ୍ଲାରୁ ୧୩୦ ଜଣ ଲେଖାଏଁ,ନୂଆପଡ଼ାରୁ ୧୧୬ ଜଣ, ଅନୁଗୁଳରୁ ୧୦୮ ଜଣ,କୋରାପୁଟରୁ ୯୯ ଜଣ,ନବରଙ୍ଗପୁରରୁ ୯୮ ଜଣ, ଜଗତସିଂହପୁରରୁ ୯୭ ଜଣ, ଝାରସଗୁଡା ଓ ବରଗଡ଼ ଜିଲ୍ଲାରୁ ୯୫ ଜଣ ଲେଖାଏଁ, କଳାହାଣ୍ଡିରୁ ୯୩ ଜଣ, ଢ଼େଙ୍କାନାଳରୁ ୮୦ ଜଣ, କନ୍ଧମାଳରୁ ୭୮ ଜଣ, ସୋନପୁରରୁ ୭୪ ଜଣ, କେନ୍ଦୁଝରୁ ୬୩ ଜଣ, ଭଦ୍ରକରୁ ୫୩ ଜଣ, ଗଞ୍ଜାମରୁ ୪୪ ଜଣ, ନୟାଗଡ଼ରୁ ୪୩ ଜଣ, ଦେବଗଡ଼ରୁ ୩୪ ଜଣ ମାଲକାନଗିରିରୁ ୨୨ ଜଣ, ବୌଦ୍ଧରୁ ୧୯ ଜଣ, ଗଜପତିରୁ ୧୪ ଜଣ ଏବଂ ଷ୍ଟେଟ୍ ପୋଲ୍‌ରୁ ୨୧୮ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।