ଚିଲିକା, ୦୪/୦୯: ସରକାରୀ ବାବୁଙ୍କ ସୌଖିନି ଗାଡି ଆଜି ସର୍ବସାଧାରଣଙ୍କ ଆଖିରେ ଧରାପଡିଛି । ଖାସ ଖୋର୍ଦ୍ଧା ଜିଲ୍ଲା ଚିଲିକା ତହସିଲଦାର ତଥା-Executive Magistrate ଚଢୁଥିବା ଗାଡିଟି ସରକାରଙ୍କ ଟିକସ ଫାଙ୍କୁଛି । ଗାଡିଟିର ମାଲିକ ଚୁକ୍ତି ସୂତ୍ରେ ଭଡା ଲଗାଇଥିବାରେ Magistrate ମହୋଦୟା ଉକ୍ତ ଗାଡିଟି ପବ୍ଲିକ ସର୍ଭିସରେ ବ୍ୟବହାର କରୁଛନ୍ତି । ଏଠାରେ ପ୍ରଶ୍ନ ଉଠୁଛି ବ୍ୟବହାର ହେଉଥିବା ଗାଡି OD-02-AE-9334 ର ଟାକ୍ସ ୩୧ ମାର୍ଚ୍ଚ ୨୦୨୦ ରେ ସରିଯାଇଥିଲେ ମଧ୍ୟ କାହିଁକି ଓ କିପରି ଟାକ୍ସ ପୈଠ ନକରି ସର୍ବସାଧାରଣ ସେବାରେ ବ୍ୟବହାରରେ ଲାଗିଛି । ଖୋଦ ପ୍ରଶାସନିକ ସ୍ତରରେ ଏପରିହେଲେ ସର୍ବସାଧାରଣ କାହାକୁ ସମ୍ମାନ ଜଣାଇବେ ।