ରାଜ୍ୟରେ ଆଜି ୩୨୬୭ କରୋନା ଆକ୍ରାନ୍ତ ଚିହ୍ନଟ, ୯ ମୃତ

ଭୁବନେଶ୍ୱର : ରାଜ୍ୟରେ ଆଜି ୩୨୬୭ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଂକ୍ରମିତଙ୍କ ମଧ୍ୟରୁ ୧୯୬୧ ଜଣ କ୍ଵାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବା ବେଳେ ୧୩୦୬ ଜଣ ସ୍ଥାନୀୟ ଅଞ୍ଚଳର। ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୧୬ ହଜାର ୬୭୮କୁ ବୃଦ୍ଧି ପାଇଛି। ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ସେହିପରି ଆଜି କରୋନା ରାଜ୍ୟରୁ ୯ ଜଣଙ୍କ ମୁଣ୍ଡ ନେଇଛି। ଫଳରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୫୩୧ରେ ପହଞ୍ଚିଛି। ମୃତକଙ୍କ ମଧ୍ୟରେ ବଲାଙ୍ଗିରରୁ ୨ ଜଣ, କଟକ, ଗଞ୍ଜାମ ଓ ଖୋର୍ଦ୍ଧାରୁ ୨ ଜଣ ଲେଖାଏଁ ଓ ରାୟଗଡ଼ାରୁ ଜିଲ୍ଲାରୁ ଜଣେ ରହିଛନ୍ତି।
ଶୁକ୍ରବାର ମିଳିଥିବା ୩୦ ଜିଲ୍ଲାର ତଥ୍ୟ ଅନୁଯାୟୀ ଖୋର୍ଦ୍ଧା ଜିଲ୍ଲାରୁ ୮୫୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି କଟକରୁ ଅନୁଗୁଳ ୬୦, ବାଲେଶ୍ଵର ୯, ବରଗଡ ୧୨୦, ଭଦ୍ରକ ୧୩୮, ବଲାଙ୍ଗୀରି ୪୩, ବୋଦ୍ଧ ୪୪, କଟକ ୩୮୪, ଦେବଗଡ ୨୩, ଢେଙ୍କାନାଳ ୧୮, ଗଜପତି ୧୮, ଗଞ୍ଜାମ ୯୭, ଜଗତସିଂହପୁର ୬୬, ଯାଜପୁର ୨୩, ଝାରସୁଗୁଡା ୩୭, କଳାହାଣ୍ଡି ୩୭, କନ୍ଧମାଳ ୨୭, କେନ୍ଦ୍ରାପଡ଼ା ୫୧, କେନ୍ଦୁଝର ୧୦୭, କୋରାପୁଟ ୮୩, ମାଲକାନଗିରି ୧୭, ମୟୂରଭଞ୍ଜ ୧୩୪, ନବରଙ୍ଗପୁର ୮୫, ନୟାଗଡ ୭୦, ନୂଆପଡା ୪୦, ପୁରୀ ୨୩୫, ରାୟଗଡ଼ା ୧୬୯, ସମ୍ବଲପୁର ୮୦, ସୁବର୍ଣ୍ଣପୁରରୁ ୬୬ ଓ ସୁନ୍ଦରଗଡ ଜିଲ୍ଲାରୁ ୧୨୭ ଜଣ କରୋନା ଆକ୍ରାନ୍ତଙ୍କ ଚିହ୍ନଟ ହୋଇଛନ୍ତି।