ସରିଲା ବିଦ୍ୟାଶ୍ରୀଙ୍କ ଲାଇଡିଟେକ୍ସନ ଟେଷ୍ଟ, କ୍ରାଇମବ୍ରାଞ୍ଚ ପଚାରିଲା ୭୦ ପ୍ରଶ୍ନ

ଭୁବନେଶ୍ୱର,୨୭/୦୮ : ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ମୃତ୍ୟୁକୁ ନେଇ ସସ୍‌ପେନ୍ସ ଜାରି ରହିଛି। ସେ ଆତ୍ମହତ୍ୟା କରିଛନ୍ତି ନା ହତ୍ୟା କରାଯାଇଛି ତାହାର ତଦନ୍ତ ଚଳାଇଛି କ୍ରାଇମ୍‌ବ୍ରାଞ୍ଚ। ଏହି ମାମଲାରେ ଆଜି ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀଙ୍କ ଲାଇ ଡିଟେକ୍ସନ ଟେଷ୍ଟ ଭୁବନେଶ୍ୱର ଫରେନସିକ ଲ୍ୟାବରେ କରାଯାଇଛି। ଦୀର୍ଘ ୫ ଘଣ୍ଟା ଧରି ଚାଲିଥିଲା ଏହି ଟେଷ୍ଟରେ ପ୍ରାୟ ୭୦ଟି ପ୍ରଶ୍ନ ପଚରା ଯାଇଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ ଆଦିତ୍ୟ ଦାଶଙ୍କ ମୃତଦେହ ଲିଙ୍ଗରାଜ ରେଳ ଧାରଣାରୁ ଜୁଲାଇ ୭ ତାରିଖରେ ମିଳିଥିଲା। ଜିଆରପି ଏହାକୁ ଏକ ଆତ୍ମହତ୍ୟା କହିବାରୁ ଉଠିଥିଲା ବିବାଦ। ଆଦିତ୍ୟଙ୍କ ପ୍ୟୁପଲ୍‌ ଫର୍‌‌ ସେବା ସଙ୍ଗଠନ ଓ ବନ୍ଧୁ ହତ୍ୟା ଅଭିଯୋଗ ଆଣିବା ପରେ ହତ୍ୟା ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ଆରମ୍ଭ ହୋଇଥିଲା। ଘଟଣାର ତଦନ୍ତ କମିଶନରେଟ୍‌ ପୋଲିସ ଦ୍ୱାରା କରିବାକୁ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବା ପରେ ଡିଜିପି ଘଟଣାର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ଦେଇଥିଲେ। ଏବେ ତଦନ୍ତ ଜାରି ରହିଛି।