ଗାଁ ଦାଣ୍ଡରେ ବିଶାଳ କୁମ୍ଭୀର, ଲୋକେ ଆତଙ୍କିତ

ଯାଜପୁର ,୨୭।୦୮: ବନ୍ୟା ପାଣି ସହ ଦାଉ ସାଜୁଛି କୁମ୍ଭୀର । ବନ୍ୟା ପାଣି ଆସିବା ପରେ ଗାଁ ଭିତରକୁ ପଶି ଆସିଛି ଏକ ବଡ କୁମ୍ଭୀର । ଯାହାକୁ ଦେଖି ଆତଙ୍କିତ ହୋଇପଡ଼ିଛନ୍ତି ଗାଁ ଲୋକେ । ଏଭଳି ଘଟଣା ଯାଜପୁର ଦତ୍ତପୁର ଗାଁରେ ଘଟିଯାଇଛି । ଏଠାରେ ବୈତରଣୀ ଶାଖା ନଦୀ କାଣି ନଦୀରୁ ଏକ ବିରାଟ କୁମ୍ଭୀର ଯେଉଁଠି ବନ୍ୟା ପାଣିରେ କୁମ୍ଭୀର ଗାଁକୁ ପଶି ଆସିଛି । ଏକ ବିରାଟକାୟ କୁମ୍ଭୀର ଗାଁ ଭିତରେ ବୁଲୁଥିବା ଦେଖି ଲୋକେ ଛାନିଆ ହୋଇପଡ଼ିଛନ୍ତି । କିଛି ଲୋକ କୁମ୍ଭୀରକୁ ଘଉଡ଼ାଇବାକୁ ଉଦ୍ୟମ ଚଳାଇଥିବାବେଳେ ଆଉ କେତେକ ପାଚେରୀ ଓ ଛାତ ଉପରେ ଠିଆ ହୋଇ ବନ୍ୟାରେ ଗାଁ ଭିତରକୁ ପଶିଆସିଥିବା କୁମ୍ଭୀରର ମୋବାଇଲ୍ ରେ ଫଟୋ ଓ ଭିଡ଼ିଓ ଉତ୍ତେଳାନ କରୁଥିବା ଦେଖିବାକୁ ମିଳିଛି। ହେଲେ କୁମ୍ଭୀରଟି ଆ’ କରି ଲୋକଙ୍କୁ ଭୟଭିତ କରୁଥିବା ଦେଖିବାକୁ ମିଳିଛି । ସେପଟେ ବର୍ତ୍ତମାନ ସୁଦ୍ଧା ଗାଁରେ କୌଣସି ପ୍ରଶାସନିକ ଅଧିକାରୀ ପହଞ୍ଚି ନଥିବାରୁ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି ।