ଭୁବନେଶ୍ୱର,୨୬।୦୮: ରାଜଧାନୀ ଭୁବନେଶ୍ୱରର ସୃଷ୍ଟି ହେଇଥିବା ଟ୍ରାଫିକ ସମସ୍ୟାକୁ ଦୃଷ୍ଟିରେ ରଖି ଜୟଦେବ ବିହାରରୁ କିଟ୍ ଛକ ପର୍ଯ୍ୟନ୍ତ ରାସ୍ତାକୁ ୮ ଲେନ୍ କରାଯିବ। କଳିଙ୍ଗ ହସ୍ପିଟାଲ ଓ ଡ଼ମଣା ଛକ ନିକଟରେ ନିର୍ମାଣ ହେବ ଦୁଇଟି ଫ୍ଲାଏଓଭର। ରାଜ୍ୟ ସରକାର ଏହି ଯୋଜନା କରିଥିବା ଜଣାପଡିଛି। ଖବର ଅନୁଯାୟୀ ଏନେଇ ପ୍ରାରମ୍ଭିକ ପଦକ୍ଷେପ ଆରମ୍ଭ ହୋଇଥିବା ବେଳେ ଆବଶ୍ୟକ ଡିପିଆର (ବିସ୍ତୃତ ପ୍ରକଳ୍ପ ରିପୋର୍ଟ) ପ୍ରସ୍ତୁତ କରିବାକୁ ପୂର୍ତ୍ତ ବିଭାଗ ମୁଖ୍ୟଯନ୍ତ୍ରୀ (ରାସ୍ତା)ଙ୍କୁ ନିର୍ଦ୍ଦେଶ ଦେଇଛି। ମେସର୍ସ ଆର୍କିଟେକ୍ନୋ କନ୍ସଲାଟନ୍ସୀ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ ଡିପିଆର ପ୍ରସ୍ତୁତ କରିବ। ଏହି ପ୍ରକଳ୍ପକୁ ରାଜ୍ୟ ପୂର୍ତ୍ତ ବିଭାଗର ସ୍ୱତନ୍ତ୍ର ସଚିବ ଅନୁମୋଦନ କରିଥିବା ଜଣାପଡିଛି।