ବାଲୁଗାଁ ସରଳା ପଦର ହେଲା କଣ୍ଟେନମେଣ୍ଟ ଜୋନ ।

ବାଲୁଗାଁ, ୨୦।୦୮: ବାଲୁଗାଁ ଏନଏସିର ୱାର୍ଡ No-୧୧ (ସରଳା ପଦର) ଗ୍ରାମକୁ ୨୦.୦୮.୨୦ ସନ୍ଧ୍ୟା ୭ଘଟିକା ଠାରୁ ୨୩.୦୮.୨୦ ସନ୍ଧ୍ୟା ୭ଘଟିକା ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ ଘୋଷଣା ପାଇଁ ଖୋର୍ଦ୍ଧା ଉପଜିଲ୍ଲାପାଳଙ୍କର ନିର୍ଦେଶ ଚିଠି ସଂଖ୍ୟା ୩୭୬୯/୨୦.୮.୨୦ ମତ୍ତେ ଜାରି ହୋଇଅଛି , ଏହି ସମୟ ସୀମା ମଧ୍ୟରେ ଜନ ସାଧାରଣଙ୍କ ଚଳ ପ୍ରଚଳକୁ ସମ୍ପୂର୍ଣ କଟକଣା କରିଦିଆଯାଇଛି ।

ଏହି ଉପଜିଲ୍ଲାପାଳଙ୍କର ସଟଡାଉନ ବିଷୟ ଚିଠି ସଂଖ୍ୟା ୩୭୬୯/୨୦.୮.୨୦ ର ସତ୍ୟତା ଉପରେ ସନ୍ଦେହ ହୋଇପାରେ କିମ୍ବା ତଳିଆ କର୍ମଚାରିଙ୍କର ଉପଜିଲ୍ଲାପାଙ୍କ ଉପରେ ପରିଚାଳନା ହୋଇପାରେ । ଚିଠି ଅନୁସାରେ ଦାୟିତ୍ଵ ବହନ କରୁଥିବା ଅଧିକାରୀମାନଙ୍କର ନାମ ଓ ସେମାନଙ୍କର କାର୍ଯ୍ୟ ବିବରଣୀରୁ ଜଣା ପଡୁଛି କି ପ୍ରଶାସନର ସଟଡାଉନ ପଛରେ ଉଦ୍ଦେଶ୍ୟ କଣ ଓ କି ପ୍ରକାର କାର୍ଯ୍ୟକାରିତା ହୋଇପାରିବ । ଏଠି ଏହା ସ୍ପଷ୍ଟ କୁହାଯାଇପାରେକି ସ୍ୱାସ୍ଥ୍ୟ ସମ୍ବନ୍ଧିତ ନିରୀକ୍ଷଣ ପାଇଁ ବାଲୁଗାଁ ଅଞ୍ଚଳରେ ଥିବା ସ୍ୱାସ୍ଥ୍ୟ କେନ୍ଦ୍ର ବଦଳରେ ବୋଲଗଡ ସ୍ୱାସ୍ଥ୍ୟ କେନ୍ଦ୍ରକୁ କାହିଁକି ବାରମ୍ବାର ଦାଇତ୍ଵରେ ରଖାଯାଉଛି । ଏଥିରୁ ସ୍ପଷ୍ଟ ଜଣା ପଡୁଛି ଯେ ବାଲୁଗାଁ ସ୍ୱାସ୍ଥ୍ୟ କେନ୍ଦ୍ର କାର୍ଯ୍ୟଦକ୍ଷତା ଉପରେ ଜିଲ୍ଲା ପ୍ରଶାସନର ସନ୍ଦେହ ସୃଷ୍ଟି ହେଉଛି, ତେଣୁ ସ୍ୱାସ୍ଥ୍ୟ ସମ୍ବନ୍ଧିତ ଦାୟିତ୍ଵ ବୋଲଗଡ ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ନ୍ୟସ୍ଥ କରାଯାଇଛି । ଉପରୋକ୍ତ ଚିଠି ମୁତାବକ ଏହି ସମୟ ସୀମା ମଧ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀ ଓ ବିଶୋଧନ ଯୋଗାଣ ପାଇଁ ବାଲୁଗାଁ ଏନଏସି EO ଆକ୍ରୀତି ଗୋୟଙ୍କା , ନିୟମିତ SANITIZATION ପାଇଁ ବାଲୁଗାଁ Fire Stationର Station Officer, ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ନିରୀକ୍ଷଣ, Testing, Tracing ଇତ୍ୟାଦି ପାଇଁ ବାଲୁଗାଁ CHCର Medical Officer ଡ଼ାଃ ସୌମ୍ୟକାନ୍ତ ଦାସ ପଟ୍ଟନାୟକ, ପ୍ରତି ଘରକୁ ଘର ପହଞ୍ଚି Survey ପାଇଁ ଚିଲିକା ବ୍ଲକର CDPO Smt. ପ୍ରିୟଦର୍ଶିନୀ ମହାନ୍ତି ବୋଲଗଡ ସିଏଚସି ର ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହାୟତାରେ ଘରକୁ ଘର ବୁଲି RRT ସର୍ଭେ ଦାୟିତ୍ଵରେ ଥିବା ବେଳେ ଏ ସମସ୍ତ ବ୍ୟବସ୍ଥାକୁ ନିରୀକ୍ଷଣ ପାଇଁ ଚିଲିକା ତହସିଲଦାର ଡ଼ାଃ ପୁନମ ମହାପାତ୍ର ଦାୟିତ୍ଵରେ ରହିଛନ୍ତି, କିନ୍ତୁ ସବୁଥର ପରି ଏହି ପ୍ରକାର ଦାୟିତ୍ଵ କାଗଜ କଲମରେ ସୀମିତ ରହି ନାମକୁ ମାତ୍ର ବୋଲି ସର୍ବସାଧାରଣରେ ଆଲୋଚନା ହେଉଛି । ଜନ ସାଧାରଣଙ୍କ ଦାବି, TeleMedicine ର ସୁବିଧା କରାଯାଇ ଦାୟିତ୍ଵରେ ଥିବା ସମସ୍ତ ଅଧିକାରୀ ମାନଙ୍କର ବ୍ୟକ୍ତିଗତ ମୋବାଇଲ ନମ୍ବର ଓ ବିକଳ୍ପ ଯୋଗାଯୋଗ ସାର୍ବଜନୀନ କରାଯାଇ ୨୪ ଘଣ୍ଟିଆ ହେଲ୍ପ ଲାଇନ ଜାରୀକରି ଜରୁରୀକାଳୀନ ଭିତିରେ ଗୁରୁତ୍ଵର ସହିତ ଉପଯୁକ୍ତ କର୍ଣ୍ଣପାତ କରିବା ହୁଅନ୍ତୁ ଏବ॰ ଯୋଗାଯୋଗ ମୋବାଇଲ ନମ୍ବର ସଦା ସର୍ବଦା ସକ୍ରିୟ ଓ ନେଟୱର୍କ ଭିତରେ ରହିବା ପାଇଁ ଯତ୍ନବାନ ହୁଅନ୍ତୁ । ଏ ପ୍ରକାର ନିଷ୍ପତିକୁ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ପ୍ରଚାର ପ୍ରସାର କରାଯାଉ ।