ବାଲୁଗାଁ ପୂର୍ବତନ ରେଞ୍ଜର ଅଭୟ ଜେନାଙ୍କ ଘରେ ଭିଜିଲାନ୍ସ ରେଡ୍ ବନ୍ଧୁକ ଜବତ ।

କଟକ ୧୮।୮: ବାଲୁଗାଁ ପୂର୍ବତନ ରେଞ୍ଜର ଅଭୟ ଜେନାଙ୍କ ଘରେ ଭିଜିଲାନ୍ସ ରେଡ୍ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାଲୁଗାଁ ସମେତ ମୋଟ୍‌ ୫ଟି ସ୍ଥାନରେ ଏକକାଳୀନ ଚଢାଉ କରିଛି ଭିଜିଲାନ୍ସ ଟିମ୍ । କଟକ, ଭୁବନେଶ୍ବର ଓ କେନ୍ଦ୍ରାପଡାରେ ଚଢାଉ ଜାରି ରହିଛି । କଟକ ହିନ୍ଦୋଳକୋଟି ବାସଭବନରେ ମଧ୍ୟ ୫ ଜଣିଆ ଭିଜିଲାନ୍ସ ଟିମ୍‌ ଚଢାଉ କରିଛି । କଟକ ସ୍ଥିତ ଘରୁ ଏକ ବନ୍ଧୁକ ମିଳିଥିବା ସୂଚନା ମିଳିଛି । ବନ୍ଧୁକର ଲାଇସେନ୍ସ ଦେଖାଇ ନପାରିଲେ ଆଉ ଏକ ମାମଲା ରୁଜୁ ହେବ ବୋଲି କହିଛନ୍ତି ଭିଜିଲାନ୍ସ ଅତିରିକ୍ତ ଏସ୍‌ପି ଅକ୍ଷୟ ମିଶ୍ର । ପୂର୍ବରୁ ମଧ୍ୟ ୧୯୯୯ ମସିହାରେ ତାଙ୍କ ଘରେ ଭିଜିଲାନ୍ସ ରେଡ୍ ହୋଇଥିଲା । ଏହାପରେ ସମ୍ପତ୍ତି ବଢିବାରୁ ପୁଣି ଥରେ ଚଢାଉ କରାଯାଇଥିବା ଭିଜିଲାନ୍ସ ଏସ୍‌ପି ସୂଚନା ଦେଇଛନ୍ତି ।