ଭୁବନେଶ୍ୱର,୧୭।୦୮: ପୁଣି ଜଣେ ବରିଷ୍ଠ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି ରାଜ୍ୟ ସରକାର। ବରିଷ୍ଠ କୃଷି ଅଧିକାରୀ ପ୍ରଦୀପ ମହାନ୍ତିଙ୍କୁ ଏଥର ବାଧ୍ୟତାମୂଳକ ଭାବେ ଅବସର ଦିଆଯାଇଛି। ପ୍ରଦୀପ ମହାନ୍ତି କୋରାପୁଟ ଜିଲ୍ଲାର କୃଷି ଅଧିକାରୀ ଭାବେ କାର୍ଯ୍ୟ କରୁଥିଲେ। ହେଲେ ଗତ ଜୁଲାଇ ୨ ତାରିଖରେ ସେ ଭୁବନେଶ୍ୱର ଆସୁଥିବାବେଳେ ତାଙ୍କ ଗାଡ଼ିରୁ ଭିଜିଲାନ୍ସ ୧୧ ଲକ୍ଷ ଟଙ୍କା ଜବତ କରାଯାଇଥିଲା। ଜବତ ଟଙ୍କାର ଉତ୍ତର ଦେଇପାରିନଥିଲେ ଫଳରେ ତାଙ୍କୁ ସେଦିନ ଗିରଫ କରାଯିବା ସହିତ ଜେଲ୍ ପଠାଇଥିଲା ଭିଜିଲାନ୍ସ। ଭିଜିଲାନ୍ସ ତଦନ୍ତ ସମୟରେ ହିସାବ କରିବା ପରେ ଜଣାପଡିଥିଲା ତାଙ୍କର ୩.୫ କୋଟି ଟଙ୍କାର ସମ୍ପତି ଅଛି। ପରେ ତାଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯିବା ସହିତ ରିମାଣ୍ଡରେ ଆଣି ଜେରା କରାଯାଇଥିଲା। ଆଜି ପ୍ରଦୀପଙ୍କୁ ରାଜ୍ୟ ସରକାର ବାଧ୍ୟତାମୂଳକ ଅବସର ଦେଇଛନ୍ତି।