ରାଜ୍ୟରେ ୬୦ ହଜାର ଟପିଲା କରୋନା, ଆଜି ସର୍ବାଧିକ ୨୯୨୪

ଭୁବନେଶ୍ଵର,୧୬।୦୮ : ରାଜ୍ୟରେ କରୋନା ପ୍ରକୋପ ବଢି ଚାଲିଛି। ସବୁ ଜିଲ୍ଲାରେ ରହିଛି ଏହାର ପ୍ରଭାବ। ସଂକ୍ରମଣ ରୋକିବାକୁ ସରକାରଙ୍କ ପ୍ରଚେଷ୍ଟା ଜାରି ରହିଥିବା ବେଳେ ଆଜି ୨୯୨୪ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୮୧୫ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୧୧୦୯ ଜଣ ସ୍ଥାନୀୟ ଅଞ୍ଚଳର। ଫଳରେ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୬୦ ହଜାର ୫୦ରେ ପହଞ୍ଚିଛି। ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ରବିବାର ଭିଭାଗ ଦେଇଥିବା ୩୦ଟି ଜିଲ୍ଲାର ତଥ୍ୟ ଅନୁଯାୟୀ ଗଞ୍ଜାମ ଜିଲ୍ଲାରୁ ୩୧୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୁଳ ଜିଲ୍ଲାରୁ ୩୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୧୨୭ ଜଣ, ବରଗଡ ୪୮ ଜଣ, ଭଦ୍ରକରୁ ୧୦୭ ଜଣ, ବଲାଙ୍ଗୀରି ୨୭ ଜଣ, ବୌଦ୍ଧ ୮ ଜଣ, କଟକରୁ ୧୮୯ ଜଣ, ଦେବଗଡ ୧୬ ଜଣ, ଢେଙ୍କାନାଳ ୪୦ଜଣ, ଗଜପତି ୭୧ ଜଣ, ଜଗତସିଂହପୁରରୁ ୪୭ ଜଣ, ଯାଜପୁର ୨୦୦ ଜଣ, ଝାରସୁଗୁଡା ୩୦ ଜଣ, କଳାହାଣ୍ଡି ୨୭ ଜଣ, କନ୍ଧମାଳ ୫୦ ଜଣ, କେନ୍ଦ୍ରାପଡ଼ାରୁ ୬୦ ଜଣ, କେନ୍ଦୁଝର ୨୬ ଜଣ, ଖୋର୍ଦ୍ଧାରୁ ୪୮୮ ଜଣ, କୋରାପୁଟ ୯୫, ମାଲକାନଗିରି ୯୩, ମୟୂରଭଞ୍ଜ ୧୩୬ ଜଣ, ନବରଙ୍ଗପୁର ୨୬ ଜଣ, ନୟାଗଡ଼ରୁ ୧୪୨ ଜଣ, ନୂଆପଡା ୨୦ ଜଣ, ପୁରୀ ୧୪୪ ଜଣ, ରାୟଗଡା ୧୧୬ ଜଣ, ସମ୍ବଲପୁର ୩୭ ଜଣ, ସୋନପୁର ୩୮ ଜଣ ଓ ସୁନ୍ଦରଗଡ଼ରୁ ୧୬୧ ଜଣ ଚିହ୍ନଟ ହୋଇଛନ୍ତି।