ଭୁବନେଶ୍ୱର,୧୫।୦୮:ସ୍ୱାଧୀନତା ଦିବସ ଯୋଗୁଁ ଆଜି ଦିନ ୧୧ଟା ଯାଏଁ ସପ୍ତାହନ୍ତ ସଟ୍ଡାଉନ୍କୁ କୋହଳ କରାଯାଇଛି । ଏହି ସମୟ ମଧ୍ୟରେ ସହରରେ ଯାତାୟତ କରିହେବ । ବିଭିନ୍ନ ଅନୁଷ୍ଠାନ ଓ ବ୍ୟବସାୟିକ ପ୍ରତିଷ୍ଠାନରେ ସ୍ୱାଧୀନତା ଦିବସ ପାଳିହେବ । କିନ୍ତୁ ସାମାଜିକ ଦୂରତା ନିୟମ ମାନି ଯଥାସମ୍ଭବ କମ୍ ଲୋକଙ୍କ ମଧ୍ୟରେ ଦିବସ ପାଳିବାକୁ ପୁଲିସ କଡ଼ା ନିୟମ ଲାଗୁ କରିଛି । ଡିସିପି ଉମାଶଙ୍କର ଦାଶ କହିଛନ୍ତି, ଦିନ ୧୧ଟା ପରେ ସଟ୍ଡାଉନ୍ କଟକଣା ପୁଣି ଲାଗୁ ହେବ । ରବିବାର ଯାଏଁ ଏହି ସଟ୍ଡାଉନ୍ ବଳବତ୍ତର ରହିବ । ଏହାଛଡା଼ ରାଜ୍ୟସ୍ତରୀୟ ଉତ୍ସବ ଭାଗ ନେଉଥିବା ସମସ୍ତ ପୁଲିସ କର୍ମଚାରୀଙ୍କ କୋଭିଡ୍ ଟେଷ୍ଟ କରାଯାଇଛି । କମ୍ ଅତିଥି ଓ କୋଭିଡ୍ କଟକଣା ଭିତରେ ଉତ୍ସବ ପାଳନ ହେଉଛି ।