ପୁରୀ।ଖୋର୍ଦ୍ଧା, ୧୦/୦୮:କରୋନାରେ ମହାମାରୀ ଦୁଇ ପୁଲିସ ଯୋଦ୍ଧାଙ୍କ ଜୀବନ ନେଇଛି । କରୋନା ସହ ଲଢ଼େଇ କରୁ କରୁ ସେମାନଙ୍କ ଜୀବନ ଦୀପ ଲିଭିଯାଇଛି । ଏହି ଦୁଇ ଯୋଦ୍ଧା ହେଲେ ପୁରୀ ଜିଲ୍ଲାର କନେଷ୍ଟବଳ ଶୁଭ୍ରାଂଶୁ ଶେଖର ପ୍ରଧାନ (୫୦) ଏବଂ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଧିନସ୍ଥ ଗମ୍ଭାରୀମୁଣ୍ଡା ବିଟ ହାଉସର ଏଏସ୍ଆଇ ମୁରଲୀଧର ବଳୀୟାରସିଂ (୫୭) । ଦୁଇ ଜିଲ୍ଲାରେ ପ୍ରଥମ ଥର ପାଇଁ କରୋନାରେ ପୁଲିସ କର୍ମଚାରୀ ପ୍ରାଣ ହରାଇଛନ୍ତି । ଉଭୟଙ୍କୁ ପୁଲିସ ବାହିନୀ ପକ୍ଷରୁ ଗାର୍ଡ ଅଫ୍ ଅନର୍ ଦିଆଯିବା ପରେ ଅନ୍ତିମ ସଂସ୍କାର କରାଯାଇଛି ।
କୋଭିଡ୍ ସଂକ୍ରମଣରେ ପ୍ରାଣ ହରାଇଥିବା ଶୁଭ୍ରାଂଶୁ ଶେଖର ପ୍ରଧାନ (୫୦) ଓରଫ ଟୁଟୁ ପୁରୀ ଜିଲ୍ଲା ହାବିଲଦାର ଓ କନେଷ୍ଟବଳ ସଂଘ ସଭାପତି ଥିଲେ । ରବିବାର ଅପରାହ୍ନରେ ୱାଟର ୱାର୍କସ ରୋଡସ୍ଥିତ କୋଭିଡ୍ ଡାକ୍ତରଖାନାରେ ତାଙ୍କ ମୃତ୍ୟୁ ଘଟିଥିଲା । କୋଭିଡ ଯୋଦ୍ଧା ଭାବେ ଏହା ଜିଲ୍ଲାର ପ୍ରଥମ ମୃତ୍ୟୁ ।