ବାଲିପାଟଣା, ୦୮/୦୮ : ଦୁଇ ଦିନିଆ ଲଗାଣ ବର୍ଷା ଯୋଗୁଁ ବାଲିପାଟଣା ବ୍ଲକ ଅଧିନସ୍ଥ ରାଜସ ଗ୍ରାମ ପଞ୍ଚୟତର ବାରହଳ ଗ୍ରାମର ବାଘସାହିରେ କୃତ୍ରିମ ବନ୍ୟା ସହ ବାହ୍ୟ ଜଗତରୁ ବିଚ୍ଛିନ୍ନ , ସ୍ଵାଧୀନତାର ୬୫ ବର୍ଷ ପରେ ବି ଜନସାରଣଙ୍କୁ ଘରୁ ବାହାରିବା ପାଇଁ ରାସ୍ତା ନାହିଁ, ବଡ଼ ଦୁଃଖ ର ବିଷୟ ଏହା ଯେ ଏହି ଗାଁଟି ଓଡ଼ିଶା ରାଜଧାନୀ ଭୁବନେଶ୍ଵର ଉପକଣ୍ଠଠାରୁ ମାତ୍ର ୨୦ କି.ମି ଦୂର । ଦ୍ଵୀପ ତଳେ ଅନ୍ଧାର ଭଳି ପ୍ରଶାସନର ଆଖିରେ ଅନ୍ଧପୁଟୁଳି ବନ୍ଧା ହୋଇଛି । ଏଠି କେନ୍ଦ୍ର ଓ ରାଜ୍ୟର ଜନ ପ୍ରତିନିଧି ପରସ୍ପର ବିରୋଦ୍ଧାଭାଷର ଶିକାର ହେଉଛନ୍ତି ନିରୀହ ଗ୍ରାମବାସୀ । ସେମାନଙ୍କ ପାରୁ ପର୍ଯ୍ୟନ୍ତ ପ୍ରାୟ ସମସ୍ତ ସ୍ତରୀୟ ଆଭିଯୋଗ ସତ୍ୱେ ବି ସମାଧାନର ସୂତ୍ର ବାହାରୁନଥିବା ବେଳେ ସରକାରଙ୍କ ନିକଟରେ ସେମାନେ ତାଙ୍କର ଖୋଲା ମତ୍ତ ରଖୁଛନ୍ତି କି ନୀତିନିୟମ ଅନୁସାରେ ଜମି ଅଧିଗ୍ରହଣ ପୂର୍ବକ ରାସ୍ତା ନିର୍ମାଣ କରାଯାଉ ନଚେତ ଏହା ଏକ ଜନ ଆନ୍ଦୋଳନର ରୂପ ନେବା ସହିତ ଭବିଷ୍ୟତ ନିର୍ବାଚନ ମାନଙ୍କରେ ଭୋଟ ବର୍ଜ୍ଜନର ନିଷ୍ପତି କୁ ଆପଣାଇ ପାରନ୍ତି ।