କେନ୍ଦ୍ରମନ୍ତ୍ରୀ ଅର୍ଜୁନ ରାମ ମେଘବାଲଙ୍କୁ କରୋନା ପଜିଟିଭ

ନୂଆଦିଲ୍ଲୀ,୮।୮ : କେନ୍ଦ୍ରମନ୍ତ୍ରୀ ଅର୍ଜୁନ ରାମ ମେଘବାଲଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି। ତାଙ୍କୁ ଚିକିତ୍ସା ପାଇଁ ଏମ୍ସର ଟ୍ରମା ସେଣ୍ଟରରେ ଭର୍ତ୍ତି କରାଯାଇଛି। ଏନେଇ ଅର୍ଜୁନ ରାମ ମେଘବାଲ ଟ୍ବିଟ୍ କରି ସୂଚନା ଦେଇଛନ୍ତି। ମେଘବାଲ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ଲେଖିଛନ୍ତି କରୋନାର ପ୍ରାରମ୍ଭିକ ଲକ୍ଷଣ ପରେ ମୁଁ ପରୀକ୍ଷା କରିଥିଲି ଏବଂ ପ୍ରଥମ ପରୀକ୍ଷା ନେଗେଟିଭ ଆସିବା ପରେ ଦ୍ୱିତୀୟ ପରୀକ୍ଷା ଆଜି ପଜିଟିଭ ଆସିଛି। ମୋର ସ୍ୱାସ୍ଥ୍ୟ ଭଲ ଅଛି, କିନ୍ତୁ ଡାକ୍ତରୀ ପରାମର୍ଶରେ ମୋତେ ଏମ୍ସରେ ଭର୍ତ୍ତି କରାଯାଇଛି। ମୁଁ ଅନୁରୋଧ କରୁଛି ଯେଉଁମାନେ ଗତ କିଛି ଦିନ ମଧ୍ୟରେ ମୋ ସହିତ ଯୋଗାଯୋଗ କରିଛନ୍ତି, ଦୟାକରି ଆପଣଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ।