ଭୁବନେଶ୍ବର ୫।୮: ପୂର୍ବତନ ପୋଲିସ ଡିଜି ଏସ୍.ଏନ୍. ତିଓ୍ବାରୀଙ୍କ ପରଲୋକ । ଭୁବନେଶ୍ବର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି । କିଛି ଦିନ ହେଲା ସେ କ୍ୟାନସର ରୋଗରେ ପୀଡିତ ହୋଇ ମେଡିକାଲରେ ଚିକିତ୍ସିତି ହେଉଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ବୟସ ହୋଇଥିଲା ।
ତାଙ୍କ ଘର ଖରିଆର । ତାଙ୍କର ପତ୍ନୀ ଏବଂ ଦୁଇ ପୁଅ ଅଛନ୍ତି । ସେ ଆହ୍ଲାବାଦ ବିଶ୍ବବିଦ୍ୟାଳୟରୁ ପାସ୍ କରି ୧୯୬୫ରେ ଆଇପିଏସରେ ଯୋଗ ଦେଇଥିଲେ । ରାଜ୍ୟ ପୋଲିସରେ ବିଭିନ୍ନ ପଦବୀରେ ସେ କାର୍ଯ୍ୟ କରିଥିଲେ ।