ଆଜି ରାଜ୍ୟରେ ୨୮ଟି ଜିଲ୍ଲାରୁ ୧୩୩୭ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଆଜି ରାଜ୍ୟରେ ୨୮ଟି ଜିଲ୍ଲାରୁ ରେକର୍ଡ ସଂଖ୍ୟାକ ୧୩୩୭ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୮୧୫ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୫୨୨ ରୋଗୀ ସ୍ଥାନୀୟ ସଂକ୍ରମିତ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୯ ହଜାର ୦୧୮ କୁ ବୃଦ୍ଧି କରିଛି ।

ଓଡିଶାର ୨୮ଟି ଜିଲ୍ଲାରୁ ୧୩୩୭ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଅନୁଗୁଳ ୪, ବାଲେଶ୍ୱର ୩୧, ବରଗଡ଼ ୧୪, ଭଦ୍ରକ ୨୨, ବଲାଙ୍ଗୀର ୧୧, ବୌଦ୍ଧ ୧, କଟକ ୧୬୮, ଢେଙ୍କାନାଳ ୫, ଗଜପତି ୭୫, ଗଞ୍ଜାମ ୨୦୧, ଜଗତସିଂହପୁର ୨୧, ଯାଜପୁର ୨୪, ଝାରସୁଗୁଡା ୧୦, କଳାହାଣ୍ଡି ୧୩, କନ୍ଧମାଳ ୨୦, କେନ୍ଦ୍ରାପଡା ୩୭, କେନ୍ଦୁଝର ୮୦, ଖୋର୍ଦ୍ଧା ୧୯୬, କୋରାପୁଟ ୩୧, ମାଲକାନଗିରି ୩୮, ମୟୁରଭଞ୍ଜ ୧୫, ନବରଙ୍ଗପୁର ୭, ନୟାଗଡ଼ ୬୦, ପୁରୀ ୭୩, ରାୟଗଡା ୨୨, ସମ୍ବଲପୁର ୭୨, ସୋନପୁର ୩, ସୁନ୍ଦରଗଡ ରୁ ୮୩ ଜଣ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୩୯,୦୧୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୧୪,୨୬୭ ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୨୪ ହଜାର ୪୮୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।