ଭୁବନେଶ୍ୱର,୩୦।୦୭: ବିଧାୟକ ମାନଙ୍କୁ ନେଇ ଦୀର୍ଘ ଦିନ ପରେ ଭିଡ଼ିଓ କଂଫେରେନ୍ସିଂଗ ମାଧ୍ୟମରେ କରୋନା ମୁକାବିଲା ପାଇଁ ଏକ କର୍ମଶାଳା ଅନୁଷ୍ଠିତ ହେଲା , କିନ୍ତୁ ବିଧାୟକଙ୍କୁ କହିବାକୁ ଦିଆଗଲା ନାହିଁ କି ଦାୟିତ୍ଵ ଦିଆହେଲାନି, ଖାଲି ବିରୋଧୀ ଦଳ ନେତା, ଆମ ଦଳର ନରସିଂହ ମିଶ୍ର ,ମୁଖ୍ୟମନ୍ତ୍ରୀ ଯାହା କିଛି କହିଲେ, ଯାହା କିଛି ହେଲା କେବଳ ପ୍ରଚାର ଓ ପ୍ରସାର ପାଇଁ ହେଲା ଏହିପରି କିଛି କଥା କହି ସରକାରଙ୍କୁ ସମାଲୋଚନା କରିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ।
ସେ ଆହୁରି କହିଛନ୍ତି କେନ୍ଦ୍ର ସରକାର ଅନଲକ -୩ ଘୋଷଣା ପରେ ଓଡିଶା ସରକାର ସବୁ କ୍ଷେତ୍ରକୁ ଖୋଲି ଦିଅନ୍ତୁ। ଜୀବନ ସହ ଜୀବିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଲୋକଙ୍କୁ କାମ କରିବାକୁ ସୁଯୋଗ ଦିଅନ୍ତୁ ସରକାର। ଲକ ଡାଉନ କି ସଟଡାଉନ କଥା ଆଉ ଚିନ୍ତା କରନ୍ତୁ ନାହିଁ। କରୋନା ଗାଇଡ଼ ଲାଇନ ମାନି ସମସ୍ତ କାର୍ଯ୍ୟ କରିବା ପାଇଁ ଅନୁମତି ସରକାର ଦିଅନ୍ତୁ ବୋଲି ଆଜି କହିଛନ୍ତି।