ବି ଡି ଓ ଙ୍କ ଅଫିସରେ ତାଲା, ଲୋକଙ୍କ ହୋ ହାଲା ।

ବାଣପୁର ବି ଡି ଓ ଅଫିସ ସର୍ବସାଧାରଣଙ୍କ ଏକ ନିତ୍ୟ ଆବଶ୍ୟକୀୟ କାର୍ଯ।ଳୟ ହୋଇଥିବା ବେଳେ, ଏହି ଅଫିସ ମୁଖ୍ୟ ଫାଟକରେ ତାଲା ପକାଇ ବନ୍ଦ ରଖାଯାଉଛି । ଏହି ତାଲା ସାଧାରଣଙ୍କ ପାଇଁ ଥିଲାବେଳେ କିଛି ଦଲାଲ, ଟାଉଟର, ରାଜନୀତିଆ, କମିଶନ ଏଜେଣ୍ଟ ଓ କଣ୍ଟ୍ରାକ୍ଟର ପରି କିଛି ସ୍ଵତନ୍ତ୍ର ଶ୍ରେଣୀର ଲୋକଙ୍କ ପାଇଁ ମେଲା । ଲୋକମାନେ ତାଲା ପକାକୁ ନେଇ ପ୍ରଶ୍ନ କଲେ ଭିତରୁ ଉତ୍ତର ଆସେ ଜିଲ୍ଲାପାଳଙ୍କ ଆଦେଶ ହୋଇଛି ଅଫିସରେ ଭିତରୁ ତାଲା ପକାଇ ରଖିବାକୁ, ହେଲେ ସାଧାରଣଲୋକ ଦୂରଦୁରାନ୍ତରୁ ଆସି ଗେଟ ମୁହଁରୁ ନିରାଶ ହୋଇଫେରୁଥିବା କଥା ଏକ ଚିନ୍ତାର ବିଷୟ ନିଶ୍ଚୟ। ତଥା କଥିତ ଜିଲ୍ଲାପାଳଙ୍କର ଆଦେଶର ନମୁନା ଲୋକଙ୍କ ଦ୍ରୁଷ୍ଟି ଗୋଚରକୁ ଅଣାଯାଉନଥିବା ବେଳେ ଭିତରକୁ ଅନ୍ୟମାନେ ପ୍ରବେଶ କରୁଥିବା କଥା ଏକ ପ୍ରଶ୍ନବାଚୀ ସୃଷ୍ଟି କରୁଛି । କରୋନା ନାମରେ ଅଫିସ ଭିତରୁ ତାଲା ପକାଇ କର୍ମଚାରୀ ଓ ଆଧିକାରୀ ମାନେ ଭିତରେ ଅୟେସ କରୁଥିବା ବେଳେ ଲୋକ କିନ୍ତୁ ହନ୍ତସନ୍ତ। ଏ ସଂକ୍ରାନ୍ତରେ ପ୍ରଶ୍ନ କଲେ POLICE CASE ର ଚାବୁକ ଦେଖାଇ ଚୁପ କରାଯାଉଛି । ଯଦି ଜିଲ୍ଲାପାଳଙ୍କ କଟକଣାରେ ତାଲା ପଡିଛି ତେବେ ମଧ୍ୟ ସର୍ବସାଧାରଣ ସେବା ପାଇବା ପାଇଁ ବିକଳ୍ପ ବ୍ୟବସ୍ଥା କରାଯାଇନାହିଁ ।