ଲକଡାଉନ ପୂର୍ବରୁ ସିପିଙ୍କ ପ୍ରେସ ମିଟ

ଭୁବନେଶ୍ୱର: ଲକଡାଉନ ପୂର୍ବରୁ ସିପିଙ୍କ ପ୍ରେସ ମିଟ। ସ୍ୱାଭାବିକ ସ୍ଥିତି ଫେରିନି, ସମସ୍ତଙ୍କୁ ସତର୍କ ରହିବାକୁ ପଡିବ ବୋଲି କହିଛନ୍ତି। ସେହିପରି ପରିବା କିଣିବାକୁ ଚାଲି ଚାଲି ଯାଆନ୍ତୁ, ଗ୍ରୋସରି ଓ ପନିପରିବା ଦିନ ୧ ଟା ପର୍ଯ୍ୟନ୍ତ ଖୋଲିବ, ସପ୍ତାହନ୍ତ ସଟଡାଉନ ଉଠିଯିବ, ମେଡିକାଲ ଷ୍ଟାଫ କର୍ମଚାରୀ ଆଇ କାର୍ଡ ଦେଖେଇବେ, କୌଣସି ପାସ ଇସ୍ୟୁ କରାଯିବ ନାହିଁ, ବ୍ୟାଙ୍କିଙ୍ଗ କ୍ଷେତ୍ରରେ ମୁକ୍ତ ରଖାଯାଇଛି, ବ୍ୟାଙ୍କ ଖୋଲିବ କିନ୍ତୁ ୨୫% କର୍ମଚାରିରେ କାମ ଚଳିବ, ଇଂସ୍ୟୁରାନ୍ସ ଅଫିସ ବନ୍ଦ ରହିବ, ଗଣମାଧ୍ୟମ ପାସ ର ଅପବ୍ୟବହାର କରନ୍ତୁ ନାହିଁ, ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଙ୍କ ଜରୁରୀ ବିଭାଗର କର୍ମଚାରୀ ଆସିପାରିବେ ଯଦି ଅଧିକାରୀ ଚାହିଁବେ, ଢ଼ାବା ଖୋଲା ରହିବ କେବଳ ପାର୍ସଲ ପାଇଁ,ବାହାଘର ଓ ଶୁଦ୍ଧିକ୍ରିୟା ବ୍ୟତୀତ ଅନ୍ୟ କୌଣସି କାର୍ଯ୍ୟକ୍ରମ କୁ ଅନୁମତି ନାହିଁ କିନ୍ତୁ ନିକଟସ୍ଥ ଥାନା ରୁ ଅନୁମତି ଆଣିବାକୁ ପଡିବ, ଆଇଟି ସଂସ୍ଥା ୧୦ % କର୍ମଚାରିନେଇ କାମ କରିବେ, ପୂର୍ବଠାରୁ ଏ ଲକ ଡାଉନ କଡାକଡି ରହିବ, ସମସ୍ତଙ୍କ ସହଯୋଗ କାମନା କଲେ କମିଶନର ସୁଧାଂଶୁ ଷଡଙ୍ଗୀ।