ଭୁବନେଶ୍ୱର :୧୦।୦୭: ବ୍ରହ୍ମପୁରର ଜଣେ ସବ୍-ଇନ୍ସପେକ୍ଟରଙ୍କୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତାଙ୍କ ନାଁ ବିଭୂତି ଭୂଷଣ ସେଠୀ। ସେ କୋରନାରେ ଆକ୍ରାନ୍ତ ହୋଇଥିଲେ। ତେବେ ସୁସ୍ଥ ହେବା ପରେ ସଙ୍ଗେ ସଙ୍ଗେ କାର୍ଯ୍ୟରେ ଯୋଗ ଦେଇଛନ୍ତି। ସେଥିପାଇଁ ମୁଖ୍ୟମନ୍ତ୍ରୀ ତାଙ୍କୁ ପ୍ରଶଂସା କରିଛନ୍ତି।
ଶ୍ରୀ ସେଠୀ ସୁସ୍ଥ ହୋଇ କାର୍ଯ୍ୟରେ ଯୋଗ ଦେଇଥିବା ସଂପର୍କରେ ଗତକାଲି ବ୍ରହ୍ମପୁର ଏସ୍ପି ଟ୍ୱିଟ୍ କରି ସୂଚନା ଦେଇଥିଲେ। ଆଜି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ଏସ୍ପିଙ୍କ ଟ୍ୱିଟ୍କୁ ରିଟ୍ୱିଟ୍ କରାଯାଇ ଶ୍ରୀ ସେଠୀଙ୍କୁ ପ୍ରଶଂସା କରାଯାଇଛି।
ସୂଚନା ଥାଉକି ଏହି କରୋନା ଯୋଦ୍ଧା । କର୍ତ୍ତବ୍ୟ ଆଗରେ ନିଜର ବିବାହକୁ ସ୍ଥଗିତ ରଖି ପ୍ରଶଂସାର ପାତ୍ର ହୋଇଥିଲେ ବିଭୂତି ବାଣପୁର ବ୍ଲକର ଵାଲେଡିହ ଗ୍ରାମର ଏସ୍ଆଇ ବିଭୂତି ଭୂଷଣ ସେଠୀ। ଗୋଦାବରୀଶ ମହାବିଦ୍ୟାଳୟର ଛାତ୍ର ଅଟନ୍ତି। ଅକ୍ଷୟ ତୃତୀୟା ଦିନ ବିବାହ ଆୟୋଜନ ସରି ଯାଇଥିଲା। କିନ୍ତୁ କର୍ତ୍ତବ୍ୟ ଓ ସେବା ଆଗରେ ସେ ବାହାଘର ବାତିଲ୍ କରି କରୋନା ମୁକାବିଲା ପାଇଁ ଆଗେଇ ଆସିଥିଲେ ଏହି କରୋନା ଯୋଦ୍ଧା ।