ଭୁବନେଶ୍ୱର ୮।୭: କଟକ ଜିଲ୍ଲାରୁ ଆଉ ୧୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ କଟକ ମହାନଗର ନିଗମ (ସିଏମ୍ସି) ଅଞ୍ଚଳର ୪ ଜଣ ଅଛନ୍ତି।
ଏହି ୪ ଜଣଙ୍କ ମଧ୍ୟରୁ ୨ ଜଣ ସରକାରୀ କ୍ୱାରେଣ୍ଟାଇନ୍ରେ ଥିଲେ ଓ ଜଣେ ହୋମ୍ କ୍ୱାରେଣ୍ଟାଇନ୍ରେ ଥିଲେ। ଆଉ ଗୋଟିଏ ଲୋକାଲ୍ କଣ୍ଟାକ୍ଟ କେସ୍। ଏହି ଆକ୍ରାନ୍ତଙ୍କ ମଧ୍ୟରେ କେବଳ ଜଣେ ମହିଳା ଅଛନ୍ତି। ସିଏମ୍ସି ପକ୍ଷରୁ ଟ୍ୱିଟ୍ କରି ଏ ସଂପର୍କରେ ସୂଚନା ଦିଆଯାଇଛି।