ଭୁବନେଶ୍ୱର : ରାଜ୍ୟରେ ଚାଲିଥିବା କରୋନା ବିରୋଧୀ ଲଢ଼େଇରେ ଆଗାମୀ ୪ରୁ ୬ ସପ୍ତାହ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ସମୟ ମଧ୍ୟରେ ରାଜ୍ୟବାସୀ ସତର୍କ ରହିବା ସହ ଯଦି ସଂଯମତା ବଜାୟ ରଖିବେ ତେବେ ନିଶ୍ଚିତ ରୂପେ ଓଡ଼ିଶା ଜିତିବ ଓ କରୋନା ହାରିବ ବୋଲି କହିଛନ୍ତି ଜାତୀୟ ସ୍ୱାସ୍ଥ୍ୟ ମିଶନର ରାଜ୍ୟ ନିର୍ଦ୍ଦେଶିକା ଶାଲିନୀ ପଣ୍ଡିତ। ଦେଶର ସର୍ବମାନ୍ୟ ସଂସ୍ଥା ଆଇସିଏମ୍ଆର୍ର ମାର୍ଗଦର୍ଶନ ଅନୁଯାୟୀ ରାଜ୍ୟରେ କରୋନାର ପରୀକ୍ଷଣ ଚାଲିଛି। ପରୀକ୍ଷଣର ଆବଶ୍ୟକତା ରଖୁଥିବା ପ୍ରତ୍ୟେକଟି ବ୍ୟକ୍ତି ବିଶେଷଙ୍କର ସରକାର କରୋନା ନମୁନାର ପରୀକ୍ଷା କରୁଛନ୍ତି। ତେଣୁ ପରୀକ୍ଷଣ ପାଇଁ କେହି ବ୍ୟସ୍ତ, ବିବ୍ରତ ଓ ଉଦ୍ବିଗ୍ନ ହେବାର କୌଣସି କାରଣ ନାହିଁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶକ୍ରମେ ଆସନ୍ତାକାଲି (୧୬ ଜୁନ୍)ଠାରୁ ସମଗ୍ର ରାଜ୍ୟରେ ଏକ ଅଭିଯାନ ଆରମ୍ଭ ହେଉଛି। ଏହି ଅଭିଯାନ ଆସନ୍ତା ଜୁଲାଇ ୩୧ ପର୍ଯ୍ୟନ୍ତ ଚାଲିବ। ଏହି ସମୟ ମଧ୍ୟରେ ଆଶା ଦିଦି ଓ ଏଏନ୍ଏମ୍ ଦିଦିମାନେ ରାଜ୍ୟର ପ୍ରତ୍ୟେକ ସହରାଞ୍ଚଳ ସମେତ ଗ୍ରାମାଞ୍ଚଳରେ ଘରକୁ ଘର ବୁଲି ପ୍ରତି ବ୍ୟକ୍ତି ବିଶେଷଙ୍କର ସ୍ୱାସ୍ଥ୍ୟର ପରୀକ୍ଷା କରିବେ। ଯେଉଁମାନଙ୍କ ଠାରେ କରୋନାର କୌଣସି ଲକ୍ଷଣ ଦେଖିବେ ସେମାନେ ତାଙ୍କର ପରୀକ୍ଷା କରାଇବେ ବୋଲି ଶ୍ରୀମତୀ ପଣ୍ଡିତ କହିଛନ୍ତି।ସେ କହିଲେ କୌଣସି କରୋନା ସଂକ୍ରମିତ ବ୍ୟକ୍ତି ପରୀକ୍ଷଣରୁ ଯେପରି ବଞ୍ଚିତ ନହୁଅନ୍ତୁ ସେଥିପାଇଁ