ସିଲ୍ ହେଲା ମାର୍କେଟ୍ ବିଲ୍ଡିଂ ।

ଭୁବନେଶ୍ୱର, ୧୨|୦୬:ସିଲ୍ ହେଲା ମାର୍କେଟ୍ ବିଲ୍ଡିଂ । କରୋନା କଟକଣା, ସାମାଜିକ ଦୂରତା ଆଦି ଗାଇଡଲାଇନ୍ ନମାନିବାରୁ ମାର୍କେଟ୍ ବିଲ୍ଡିଂକୁ ସିଲ୍ କରି ଦେଇଛନ୍ତି ବିଏମସି କମିଶନର ।

ରାଜ୍ୟ ସରକାର ଶୁକ୍ରବାର ପାଇଁ ରାତ୍ରିକାଳୀନ କର୍ଫ୍ୟୁକୁ ୩ ଘଣ୍ଟା ବଢାଇ ରାତି ୧୦ଟା ଯାଏଁ କରିଥିଲେ । ରଜକୁ ଆଖି ଆଗରେ ରଖି ସରକାର ଏହି ନିଷ୍ପତ୍ତି ନେଇଥିଲେ । କିନ୍ତୁ ରଜ ପାଇଁ କିଣାକିଣି ପାଇଁ ସାମାଜିକ ଦୂରତା ସହ ସମସ୍ତ ଗାଇଡଲାଇନ୍ ମାନିବାକୁ କଡାକଡି ଭାବେ ନିର୍ଦ୍ଦେଶ ଦିଆଯାଇଥିଲା । ତେବେ ଏହାକୁ ବେଖାତିର କରି ରାଜଧାନୀର ମାର୍କେଟ୍ ବିଲ୍ଡିଂରେ ପ୍ରବଳ ଗହଳି ଦେଖିବାକୁ ମିଳିଥିଲା । ଲୋକମାନେ କିଣାକିଣି କରିବା ବେଳେ ସାମାଜିକ ଦୂରତା ଓ କରୋନା କଟକଣାକୁ ଖାତିର କରିନଥିଲେ ଯାହାକୁ ନଜରରେ ରଖି ବିଏମସି ପକ୍ଷରୁ ମାର୍କେଟ୍ ବିଲ୍ଡିଂକୁ ସିଲ୍ କରିଦିଆଯାଇଛି ।

ସୂଚନାଯୋଗ୍ୟ, ଗୁରୁବାର ରାଜଧାନୀର ବିଭିନ୍ନ ଦୋକାନକୁ ଗାଇଡଲାଇନ୍ ପାଳନ ନକରିବାରୁ ବିଏମସି ସିଲ୍ କରିଥିଲା ।