ନିୟମ ଉଲ୍ଲଂଘନ, ୨୦ ଦୋକାନ ସିଲ୍ ।

ଭୁବନେଶ୍ଵର : କୋଭିଡ୍‌ ଗାଇଡଲାଇନ୍‌ ଅନୁଯାୟୀ ସାମାଜିକ ଦୂରତା ନିୟମ ଉଲ୍ଲଂଘନ କରିବା ଅଭିଯୋଗରେ ରାଜଧାନୀ ଭୁବନେଶ୍ୱର ଜନପଥରେ ଥିବା ଅମ୍ବର ସୋରୁମ୍‌କୁ ବିଏମ୍‌ସି ସିଲ୍‌ କରିଛି। ଏହାଛଡା ଅନ୍ୟ କେତୋଟି ଦୋକାନ ଉପରେ କାର୍ଯ୍ୟାନୁଷ୍ଠାନ ହୋଇଛି କାର୍ଯ୍ୟନୁଷ୍ଠାନ। ରବି ଟକିଜ ସ୍କୋୟାର ଭାଇ ଭାଇ ଟିଫିନ୍‌ ସେଣ୍ଟର, ଏକାମ୍ର ରୋଡର ଓମ୍‌ଫେଡ୍‌ ବୁଥ୍‌, ଫାବ୍‌ ଇଣ୍ଡିଆ ସୋ ରୁମ୍‌, ଲିଙ୍ଗରାଜ ଲସି ଓ ସହିଦନଗରର ଦୁଇଟି ହୋଟେଲକୁ ମଧ୍ୟ ସିଲ୍‌ କରାଯାଇଛି।