ଚିକିଟି ବ୍ଲକରେ ଅଙ୍ଗନବାଡ଼ି କର୍ମୀ ଓ ଶିକ୍ଷକଙ୍କୁ ମିଶାଇ ୩ଜଣ କରୋନା ସଂକ୍ରମିତ

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକରେ ଅଙ୍ଗନବାଡ଼ି କର୍ମୀ ଓ ଶିକ୍ଷକଙ୍କୁ ମିଶାଇ ୩ଜଣ କରୋନା ସଂକ୍ରମିତ ହେବାପରେ ତିନିଟି ପଞ୍ଚାୟତର ୩ଟି ଗାଁକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି। ଏହି ଗାଁ ଗୁଡିକ ହେଲା ଗିରସୋଲା, ବାଦପୁର ଓ ବଡବରଙ୍ଗା।
ଖବର ଅନୁଯାୟୀ ଚିକିଟ ବ୍ଲକ ଗିରିସୋଲା ପଞ୍ଚାୟତର ଗିରିସୋଲା ଗାଁର ଜଣେ ଶିକ୍ଷକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି କତୁରୁ ପଞ୍ଚାୟତ ବାଦପୁର ଗାଁର ଜଣେ ଓ କଳବାଡ଼ ପଞ୍ଚାୟତର ବଡବରଙ୍ଗା ଗାଁର ଜଣେ ଅଙ୍ଗନବାଡ଼ି କର୍ମୀ ପଜିଟିଭ ଚିହ୍ନଟ ହେବପରେ ଏସବୁ ଗ୍ରାମକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି। ଚିକିଟି ତହସିଲଦାର ହରପ୍ରସାଦ ଭୋଇ ଏହି ସୂଚନା ଦେଇଛନ୍ତି। ଆସନ୍ତାକାଲି ୩ ଗ୍ରାମ ସାନିଟାଇଜ କରାଯିବ। ଏଥିସହ କଣ୍ଟାକ୍ଟ ଟ୍ରେସିଂ ଓ ଗ୍ରାମବାସୀଙ୍କ ସ୍ଵାସ୍ଥ୍ୟ ଯାଞ୍ଚ କରାଯିବ ବୋଲି ଜଣାପଡ଼ିଛି।