ସମ୍ବାଦଦାତ୍ତା ସୁଶୀଲ ମହାପାତ୍ରଙ୍କୁ ରାମନାଥ ଗୋୟଙ୍କା ଆୱାର୍ଡ ପ୍ରଦାନ |

ତିର୍ତ୍ତୋଲ:-(ମାନସ କୁମାର ସୁତାର )ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କନିମୁଳ ପଞ୍ଚାୟତ ନାରୀଜଙ୍ଗ ଗ୍ରାମର ସ୍ବର୍ଗତ ବିଶ୍ୱନାଥ ମହାପାତ୍ରଙ୍କ ସୁପୁତ୍ର ସୁଶୀଲ ମହାପାତ୍ର ଯେକି ଦିଲ୍ଲୀ ରେ ଏନଡିଟିଭି ରେ ହିନ୍ଦୀ ସମ୍ବାଦଦାତା ଭାବେ କାର୍ଯ୍ୟରତ ଅଛନ୍ତି ଏଥିରେ କାର୍ଯ୍ୟ କରିବା ସମୟରେ ସୁଶୀଲ ମହାପାତ୍ରଙ୍କୁ ଦୁଇ ଥର ରାମନାଥ ଗୋୟଙ୍କା ଆୱାର୍ଡରେ ସମ୍ମାନିତ କରାଯାଇଛି | ସାମ୍ବାଦିକ ଶ୍ରୀଯୁକ୍ତ ମହାପାତ୍ର ହରିୟାଣାର ଯେହେରିଲ ଝରଣା ର ପ୍ରଦ୍ୟୁଷଣ ଉପରେ ଖବର ପସାରିତ କରି ଅନେକ ଆଡୁ ପ୍ରଶଂସା ପାଇଥିଲେ | ଏଥିପାଇଁ ଶ୍ରୀଯୁକ୍ତ ମହାପାତ୍ରଙ୍କୁ ଭାରତର ସର୍ବୋଚ୍ଚ ନାୟଳୟର ମୁଖ୍ୟ ନାୟଧୀଶ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଦ୍ୱାରା ରାମନାଥ ଗୋୟଙ୍କା ଆୱାର୍ଡରେ ସମ୍ମାନିତ କରାଯାଇଥିଲା | ସୁଶୀଲ ମହାପାତ୍ର ଦିଲ୍ଲୀ ଏନଡିଟିଭି ରେ ଦୀର୍ଘ ୧୫ ବର୍ଷ ହେବ ସାମ୍ବାଦିକ ଭାବେ କାର୍ଯ୍ୟ କରୁଛନ୍ତି | ୨୦୧୯ ରେ ହରିୟାଣା ର ପଲବଲ, ବଲ୍ଲଭଗଡ଼ ଓ ଫରିଦାବାଦ ଅଂଚଳ ରେ ଏକ ଝରଣା ଫାକ୍ଟ୍ରି ରୁ ବାହାରୁଥିବା କେମିକାଲ କାରଣରୁ ବିଷାକ୍ତ ହୋଇଯାଇଥିଲା | ସେହି ବିଷାକ୍ତ ପାଣିକୁ ବେବହାର କରି ଲୋକମାନେ ଅଜଣା ରୋଗରେ ଶିକାର ହୋଇ ମୃତ୍ୟୁ ମୁଖରେ ପଡୁଥିଲେ. ଏହି ଖବର “କାଲେ ପାନି କି ନହର କା ସଫେଦ ସଚ୍ଚ” କୁ ପ୍ରସାରଣ କରିବାପରେ ସେଠାକାର ପ୍ରଶାସନ ପକ୍ଷରୁ କଡା ପଦକ୍ଷେପ ନିଆଯାଇଥିଲା | ଏହି ଖବର କୁ ବାରମ୍ବାର ପ୍ରସାରଣ କରାଯାଇଥିଲା, ପଲବଲ ଉତ୍ତରୀ ଦିଗରେ ଫାକ୍ଟ୍ରି ରୁ ବାହାରୁଥିବା କେମିକାଲ ପାଣିରେ ମିଶିବାରୁ ପାଣି ବିଷାକ୍ତ ହୋଇଯିବାରୁ ଚାଷୀମାନେ ସେହି ପାଣିକୁ ଚାଷ ଜମିରେ ବେବହାର କରିଥାନ୍ତି | ଯାହା ଫଳରେ ଏହି ବିଷାକ୍ତ ପାଣି ଦ୍ୱାରା କଳା ଗହମ ଉତ୍ପାଦନ ହେଉଥିଲା | ଏହି ଖବର କୁ ଷ୍ଟୋରି ଦ୍ୱାରା ପ୍ରସାରଣ କରିବାପରେ ପ୍ରଶାସନ ପକ୍ଷରୁ କଡା ପଦକ୍ଷେପ ନିଆଯାଇ ଚାଷୀ ଓ ଲୋକ ମାନଙ୍କୁ ସୁରକ୍ଷିତ କରାଯାଇପାରିଥିଲା | ଏଥିପାଇଁ ଶ୍ରୀଯୁକ୍ତ ମହାପାତ୍ରଙ୍କୁ ଭାରତର ସର୍ବୋଚ୍ଚ ନାୟଳୟର ମୁଖ୍ୟ ନାୟଧୀଶ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଦ୍ୱାରା ରାମନାଥ ଗୋୟଙ୍କା ଆୱାର୍ଡରେ ସମ୍ମାନିତ କରାଯାଇଥିଲା |