ରାୟଗଡା, (ସିଦ୍ଧାର୍ଥ ଦାସ) ରାୟଗଡ଼ା ଜିଲ୍ଲା ସ୍ତରୀୟ ନୂଆଖାଇ ପର୍ବ-୨୨ ସ୍ଥାନୀୟ ଜିଲ୍ଲା ସଂକୃତି ଭବନ ଠାରେ ମହା ଆଡମ୍ବରରେ ପାଳିତ ହୋଇଯାଇଛି l ଜିଲ୍ଲା ପ୍ରଶlସନ ଓ ଜିଲ୍ଲା ସଂସ୍କୃତି ପରିଷଦ ଆନୂକୁଲ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଶ୍ରୀମତି ସ୍ୱଧାଦେବ ସିଂ ଯୋଗଦେଇ ଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ସମ୍ମାନୀତ ଅତିଥି ଭାବେ ଜିଲ୍ଲାପରିଷଦ ଅଧ୍ୟକ୍ଷା ସୁଶ୍ରୀ ସରସ୍ୱତୀ ମାଝି,ଅତିରିକ୍ତ ଜିଲ୍ଲାପାଳ ଧର୍ମାନନ୍ଦ ବେହେରା,ରାୟଗଡା ପୈାର ଅଧ୍ୟକ୍ଷ ପି.ମହେଶ ପଟ୍ଟନାୟକ ,ଜିଲ୍ଲା ସୂଚନା ଓ ଲାେକସଂପର୍କ ଅଧିକାରୀ ବସନ୍ତ ପ୍ରଧାନ,ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଶସ୍ମିତା ବାଉରୀ ,ମୁଖ୍ୟ ବକ୍ତା ଓଡିଶା ସାହିତ୍ୟ ଏକାଡେମୀ ସଦସ୍ୟ ସୁଶାନ୍ତ ନାୟକ ପ୍ରମୁଖ ଯୋଗ ଦେଇ ଦୀପ ପ୍ରଜ୍ୱଳନ କରିଥିଲେ । କୃଷିଭିତ୍ତିକ ପର୍ବ ନୂଆଖାଇ ଏକ ଭାଇଚାରାର ପର୍ବ ।ଚାଷି ଭାଇମାନେ ନିଜ ଅମଳ ଫସଲକୁ ନବାନ୍ନ ଭାବେ ଇଷ୍ଠଦେବୀଙ୍କୁ ଅର୍ପଣକରି ନୂଆ ଅନ୍ନପ୍ରସାଦ ଭକ୍ଷଣ କରୁଥିବା ବେଳେ ଏହା କେବଳ ପଶ୍ଚିମ ଓଡିଶାରେ ଧୁମଧାମରେ ପାଳନ ହେଉଥିଲା । ଛୋଟମାନେ ବଡମାନଙ୍କୁ ନମସ୍କାର ସହ ସମ୍ମାନ ଜଣାଇ ନିଜ ସଂପର୍କ ଡୋରିକୁ ଆହୁରି ମଜବୁତ କରନ୍ତି । ବର୍ତ୍ତମାନ ସମଗ୍ର ରାଜ୍ୟରେ ଏହି କୃଷିଭିତିକ ନୂଆଖାଇ ପର୍ବକୁ ପାଳନ କରାଯାଉଛି ବୋଲି ଅତିଥିମାନେ ପ୍ରକାଶ କରିଥିଲେ । ପରେ ବିଭିନ୍ନ ଅନୁଷ୍ଠାନଗୁଡିକ ପକ୍ଷରୁ ପାରମ୍ପରିକ ଲାକନୃତ୍ୟ ଭଳି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।ସ୍ଥାନୀୟ ସ୍ୱରସାଗର ଓଡ଼ିଶୀ ନୃତ୍ୟ,ମା କାର୍ଲlଶୁଣୀ ଢେମସା ନୃତ୍ୟ ଢେମସା ଓ ସମ୍ବଲପୁରୀ ନୃତ୍ୟ,କାଶୀପୁର ଢେମସା ନୃତ୍ୟ ଦଳ, କଲ୍ୟାଣସିଂପୁର ଲୋକନୃତ୍ୟ ଦଳର କଳାକାରମାନେ ଚିତାକର୍ଷକ ଲୋକନୃତ୍ୟ ପରିବେଷଣ ଦର୍ଶକଙ୍କୁ ଆକର୍ଷିତ କରିଥିଲେ l ଜିଲ୍ଲା ସଂସ୍କୃତି ଅଧିକାରୀ ସସ୍ମିତା ବାଉରୀ ପ୍ରାରମ୍ଭିକ ଭାଷଣ ପ୍ରଦାନ କରିଥିବାବେଳେ ଜିଲ୍ଲା ସଂସ୍କୃତି ଅଧିକାରୀ ବସନ୍ତ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ l ଏହି କାର୍ଯ୍ୟକ୍ରମ ଆୟୋଜନରେ ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟର ପ୍ରଦୀପ ମାଲବିଷୋୟୀ,କାହ୍ନୁଚରଣ ପ୍ରଧାନ,ଅଜିତ ପଣ୍ଡା, ଗ୍ରନ୍ଥା ଗାରିକ ମାରିଆ କିରୋ, ସୂଚନା ଓ ଲୋକସମ୍ପର୍କ ବିଭାଗ କାର୍ଯ୍ୟାଳୟର ବଡ଼ବାବୁ ରାମଚନ୍ଦ୍ର ପାତ୍ର,ପ୍ରକ୍ଷେପକ ପୀତବାସ ବିଶ୍ୱାଳ, ସଂଚାଳକ ସାମ୍ରାଟ ସାହୁ,ରାଜେନ୍ଦ୍ର ଦୋରା ପ୍ରମୁଖ କର୍ମଚାରୀ ମାନେ ସହଯୋଗ କରିଥିଲେ ।