ଆଜାଦି କା ଅମୃତ ମହୋତ୍ସବ ରେ ବାଣପୁର ରେ ରକ୍ତ ଦାନ ଶିବିର

ବାଣପୁର – ଆଜାଦି କା ଅମୃତ ମହୋତ୍ସବ ଅବସରରେ ଆଜି ହିନ୍ଦ୍ ମାଦିନା ୟୁଥ୍ ଅର୍ଗାନାଇଜେସନ ଓ ଆମ ଓଡ଼ିଶା ମିଳିତ ଆନୁକୁଲ୍ୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଥିବା ବେଳେ ଉକ୍ତ ଶିବିରର ସମ୍ମାନୀତ ଅତିଥି ଭାବରେ ଏନ.ଏ.ସି ଅଧକ୍ଷ ମିଟୁ ନାୟକ ରକ୍ତ ଦାତା ଙ୍କୁ ସ୍ଵାଧୀନତା ଦିବସ ଅବସର ରେ “ଦିଲ ଦିଆ ହେ ଖୁନ ଭି ଦେଙ୍ଗେ ଏ ୱତନ୍ ତେରେ ଲିଏ” ସ୍ଲୋଗାନ ଦେଇ ରକ୍ତଦାନ ଶିବିରରେ ଉତ୍ସାହ ପ୍ରଦାନ କରିଥିଲେ।
ଉକ୍ତ କାର୍ଯ୍ୟକ୍ରମ ରେ ହିନ୍ଦ୍ ମଦିନା ୟୁଥ୍ ଅର୍ଗାନାଇଜେସନ ର କର୍ମକର୍ତ୍ତା ଏବଂ ବହୁ ସ୍ଥାନୀୟ ଜନସାଧାରଣ, ଓ ଏନ୍ ଏ ସି କର୍ମଚାରି ସ୍ୱେଚ୍ଛାକୃତ ଭାବେ ରକ୍ତ ଦାନ କରିଥିଲେ। ରକ୍ତ ଅଭାବରୁ ମୃତ୍ୟୁ ଯେଭଳି ନ ଘଟେ ସେଥିପ୍ରତି ହିନ୍ଦ୍ ମଦିନା ୟୁଥ୍ ଅର୍ଗାନାଇଜେସନ ପକ୍ଷରୁ ଏହି ଛୋଟିଆ ପ୍ରୟାସ।

ଉକ୍ତ ରକ୍ତ ଦାନ ଶିବିର ରୁ ୬୮ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି । ପରିଶେଷରେ ବାଣପୁର ଏନ.ଏ.ସି କାର୍ଯ୍ୟ ନିର୍ବାହୀ ଅଧିକାରୀ “ରକ୍ତ-ଦାନ ଜୀବନ-ଦାନ” ବାର୍ତ୍ତା ପ୍ରଦାନ କରି ସମସ୍ତ ଯୁବ ସ୍ଵେଚ୍ଛାକୃତ ରକ୍ତ ଦାତା ଙ୍କୁ ଧନ୍ୟବାଦ ଅର୍ପଣ ଓ ଶୁଭେଚ୍ଛା ଜଣାଇଛନ୍ତି। ଏହି ରକ୍ତ ଦାନ ଶିବିରକୁ ୯ ନମ୍ବର ୱାର୍ଡ କାଉନସିଲର ସମୀମ ଉଦ୍ଦିନ ଖାନ, ଆବିନ , ସେକ ନାସିର, ଫିରୋଜ ଉଦ୍ଦିନ ଖାନ, ସୁଶାନ୍ତ ମହାପାତ୍ର, ଲକ୍ଷ୍ମଣ ନାୟକ ସେକ ସୁଲତାନ, ସେକ ଅଜିଜ, ସେକ ସିକନ୍ଦର, ଜମାଲ, ମନୋରଞ୍ଜନ ବାରିକ , ସେକ ନିଜାମ୍, ସେକ ସାଜିଦ, ସାଂସଦ ପ୍ରତିନିଧି ଦାଶରଥି ସାହୁ, ସେକ ଫିରୋଜ ସମ୍ବାଦ ର ବାଣପୁର ପ୍ରତିନିଧି ସୁନିଲ ସୁବୁଦ୍ଧି, ଆଇନଜୀବି ବିପ୍ଲବ ମୁଦୁଲି, ଏମ.ଡି ଅଲ୍ଲୀ ଉଦ୍ଦିନ, ସେକ କଫାୟତ ଓ ଅନ୍ୟ ସାଥୀ ମାନେ ରକ୍ତ ଦାନ ଶିବିର କୁ ପରିଚାଳନା କରିଥିଲେ ।