ଆଞ୍ଚଳିକ ବାଦପାଲା ପୋରୁହଖୋଜ ଉଦ୍ ଯାବିତ୍

ଢେଙ୍କାନାଳ,୦୮/୦୬(ଶୁଭମ ପାଣି): ଢେଙ୍କାନାଳ ଜିଲ୍ଲା ପୋରୁହଖୋଜ ସ୍ଥିତ ଥିଙ୍କରସ୍ ଫୋରମ୍ ପରିସରରେ ପୋରୁହଖୋଜ ଗ୍ରାମ ପଞ୍ଚାୟତର ସମସ୍ତ ଜନସାଧାରଣଙ୍କ ସହଯୋଗରେ ଅନୁଷ୍ଠିତ ପ୍ରଥମ ବାର୍ଷିକ ଆଞ୍ଚଳିକ ବାଦପାଲା ଗତକାଲି ରାତିରେ ଉଦ୍ ଯାବିତ୍ ହୋଇ ଯାଇଅଛି। ଅନୁଷ୍ଠାନର ସଭାପତି ରତିକାନ୍ତ ସାହୁ, ସମ୍ପାଦକ ସୁବ୍ରତ କୁମାର ସାହୁ, ଉପସଭାପତି, ଗୋବିନ୍ଦ ଚନ୍ଦ୍ର ସାହୁ, କୋଷାଧ୍ୟକ୍ଷ, ଅନନ୍ତ ଚରଣ ଶତପଥୀ, ସହ ସମ୍ପାଦକ ମନୋରଞ୍ଜନ ସାହୁ, ବିଶିଷ୍ଟ ଶିକ୍ଷାବିତ୍ ଦଣ୍ଡଧର ସାହୁ, ଓ‌ ଆଞ୍ଚଳିକ ବାଦପାଲା ମଞ୍ଚ ପୋରୁହଖୋଜର ସମସ୍ତ ସଭ୍ୟ ମାନଙ୍କ ସକ୍ରୀୟ ସହଯୋଗ ରେ ଗତ ପାଞ୍ଚ ତାରିଖ ବିଶ୍ବ ପରିବେଶ ଦିବସ ଅବସର ପ୍ରଥମ ବାର୍ଷିକ ଆଞ୍ଚଳିକ ବାଦପାଲା କୁ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଆଶିଷ ରଂଜନ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଓ ଗନ୍ଦିଆ ଥାନା ଅଧିକାରୀ ଅମ୍ବିତ୍ ମହାନ୍ତି ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଉଦ୍ ଘାଟନ କରିଥିଲେ। ଅନୁଷ୍ଠାନର ସଭାପତି ରତିକାନ୍ତ ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍ ଘାଟନ ସଭାରେ ସମ୍ପାଦକ ସୁବ୍ରତ କୁମାର ସାହୁ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ।

ସମ୍ମାନୀତ ଅତିଥି ଭାବେ ଶ୍ରୀ ରାମଚନ୍ଦ୍ର ପୁର ଆଞ୍ଚଳିକ ବାଦପାଲା ମଞ୍ଚର ସଭାପତି ବିଜୟ କୁମାର ମିଶ୍ରଙ୍କ ସମେତ ଗାୟକ ଜୟ ଚନ୍ଦ୍ର ବଡ ଦଳେଇ, ବିଶ୍ବ ନାଥ ସ୍ବାଇଁ ପାଲା ସଂସ୍କୃତି ଉପରେ ଆଲୋଚନା କରିଥିଲେ। ସହ ସମ୍ପାଦକ ମନୋରଞ୍ଜନ ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ ଓ କୋଷାଧ୍ୟକ୍ଷ ଅନନ୍ତ ଚରଣ ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ। ତିନି ରାତି ଧରି ଅନୁଷ୍ଠିତ ପ୍ରଥମ ବାର୍ଷିକ ଆଞ୍ଚଳିକ ବାଦପାଲା ରେ ସହସ୍ରାଧିକ ଜନସମାଗମ ହୋଇଥିଲା। ଉଭୟ ଗାୟକ ମହାଭାରତ, ରାମାୟଣ, ଭାଗବତ,ମାଳିକା ଉପରେ ଆଧାରିତ କରି ବିଭିନ୍ନ କବି ସାହିତ୍ୟିକ ଲେଖା ଉପରେ ଆଲୋଚନା କରିଥିଲେ। ବିଶେଷ କରି ଶ୍ରୀ ରାମଚନ୍ଦ୍ର ପୁର ଆଞ୍ଚଳିକ ବାଦପାଲା ମଞ୍ଚ, ଷଡ଼ଙ୍ଗୀ ବାଦପାଲା ମଞ୍ଚ, ବିଧାରପୁର ମଞ୍ଚ, ବରଦା ମଞ୍ଚ ପିଙ୍ଗୁଆ ମଞ୍ଚ, ବିରାଡିଆ ମଞ୍ଚ, ଜଙ୍ଖିରା ମଞ୍ଚ, ଯୋରନ୍ଦା ମଞ୍ଚ, କାବେରା ମଞ୍ଚ ଓ ଭୁବନ ମଞ୍ଚର କର୍ମକର୍ତ୍ତାମାନେ ଉପସ୍ଥିତ ହୋଇ ଥିଲେ। ନାଗେନା ମଠାଧୀଶ, ଜଙ୍ଖିରା ମଠାଧୀଶ ସହ ଅନେକ ବିଶିଷ୍ଟ ଶିକ୍ଷାବିତ, ସମାଜସେବୀ ମାନେ ଉପସ୍ଥିତ ହୋଇ ଅନୁଷ୍ଠାନର ସଫଳତା କାମନା କରିଥିଲେ।