ଢେଙ୍କାନାଳ ଜଗନ୍ନାଥ ରୋଡ୍ ସ୍ଥିତ ବିରବର ସାହୁ, ପିତ-ଜୟକୃଷ୍ଣ ସାହୁ ସ୍ତ୍ରୀ-ରିଲି ସାହୁ ମିନା ବଜାର ର କିଛି ମହିଳା ମାନଙ୍କୁ ନେଇ ଏକ ସମିତି କରିବା ପାଇଁ ଗତ ୫/୧/୨୦୧୯ ରେ ମିଟିଙ୍ଗ କରିଥିଲେ।ସେହି ଦିନ ୫୮୨ ନଂ ଖାତା ତିଆରି କରିଥିଲେ, ପ୍ରଥମ ମାସରେ ସଭ୍ୟ ବାବଦକୁ ୧୦୦୦ ଟଙ୍କା ଦିଆଯାଇଥିଲା, ଓ ତାପରେ ମାସକୁ ୩୦୦ ଟଙ୍କା ଆଦାୟ କରାଗଲା, ଓ ମାସକୁ ୫ ଟଙ୍କା ସୁଧରେ ବର୍ଷ ଶେଷରେ ସୁଧ ଓ ମୂଳ ପାଇବ ବୋଲି ବିରବର ସାହୁ କହିଥିଲେ।
ଯେଉଁ ଦିନ ସମିତି ଭଙ୍ଗାଗଲା ତା ପୂର୍ବରୁ ସେ କହିଲେ ଯେ ତାଙ୍କ ପାଖରେ ଅଳ୍ପ ପଇସା ଅଛି ଓ ତାଙ୍କ ମାନଙ୍କୁ ଏମିତି ଟାଇମ୍ ଗଡେଇ ଚାଲିଲେ। ଯେଉଁ ଅଳ୍ପ ଟଙ୍କା ଥିଲା ତାକୁ କିଛି ମହିଳା ଙ୍କ ମଧ୍ୟରେ ବାଣ୍ଟିଦେଲେ ଓ ଯେଉଁମାନେ ଏ ପର୍ଯ୍ୟନ୍ତ ଟଙ୍କା ପାଇ ନାହିଁନ୍ତି ସେମାନେ ଟଙ୍କା ମାରିବାରୁ ତାଙ୍କୁ ଧମକ ମିଳୁଛି ଓ ମୋ ଘରକୁ ଆସିବ ନାହିଁ ଓ ମୁଁ ଟଙ୍କା ଦେଇ ପାରିବି ନାହିଁ ବୋଲି ବିରବର ସାହୁ କହୁଛନ୍ତି ।
ଗତ ୧/୧୦/ ୨୦ ୨୧ ରେ ତା ନାଁ ରେ କେସ୍ ଦେଇଥିଲୁ ହେଲେ ତା ଭିତରେ ୨ ଜଣ l l C ବଦଳିଲେଣି ତେଣୁ କସ୍ ସମାଧାନ ହୋଇପାରୁ ନାହିଁ ।
ଏବଂ ଯେବେ ଫାଇନାଲ ହେଲା ସେ କହିଲା ଯେ ୩ ମାସ ଭିତରେ ସବୁ ଟଙ୍କା ଫେରସ୍ତ କରିବ ହେଲେ କଲେ ନାହିଁ।
ତାପରେ କହିଲେ ଯେ ୫ଟା କିସ୍ତି ରେ ସବୁ ଫେରସ୍ତ କରିବ ହେଲେ ୩ କିସ୍ତି ରେ ୧ ଲକ୍ଷ ୮ ହଜାର ଫେରସ୍ତ କଲା ହେଲେ ଆଉ ହେଲା ନାହିଁ,ସମୟ ସରିବା ପରେ ସେ କହିଲା ଯେ ଯା ମୋ ନାଁର କେସ୍ କର ମୁଁ ଜାମିନ୍ ରେ ଆସିବି।
ତେଣୁ ମହିଳାମାନେ ଆରକ୍ଷୀଙ୍କ ଦ୍ଵାରସ୍ତ ହୋଇଛନ୍ତି ସେମାନେ ହେଲେ ପମି ଦେଇ, ଭାରତୀ ରଣା, ସାବିତ୍ରୀ ଦଳେଇ, ରେଣୁକା ରଣା, ଶାନ୍ତିଲତା, ଲକ୍ଷ୍ମୀ ପ୍ରିୟ। ସାହୁ, ମିନା ରାଉତ, କାମିନି ସାହୁ.
ଏମାନେ ସବୁ କହିଛନ୍ତି ଯେ ଟଙ୍କା ନ ମିଳିଲେ ଆତ୍ମହୁତି ଦେବେ..