ଢେଙ୍କାନାଳ,୦୩/୦୮ : ଢେଙ୍କାନାଳ ଜିଲ୍ଲା ଓକିଲ ସଂଘ କାର୍ଯ୍ୟାଳୟ ଠାରେ ଆଜି ସଭାପତି ସଂଜୟ କୁମାର ମିଶ୍ର ଙ୍କ ଅଧକ୍ଷତାରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଥିଲା । ବାଲେଶ୍ୱର ପୋଲିସ ର ଜନୈକ ବାର ଆସୋସିଏସନ ର ସଦସ୍ୟଙ୍କୁ ଦୁର୍ବ୍ୟବହାର କୁ ନେଇ ଏହି ବୈଠକ ଅନୁଷ୍ଠିତ ହେବାସହ ଏହାକୁ ଦୃଢ଼ ନିନ୍ଦା କରାଯାଇଥିଲା ।ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଜିଲ୍ଲାପାଳଙ୍କ ମାଧ୍ୟମରେ ଦାବି ପ୍ରଦାନ କରିବା ପାଇଁ ସ୍ଥିର କରାଯାଇଛି । ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ ଉଦେଶ୍ୟରେ ବାଲେଶ୍ବର ପୋଲିସର କୁ ଏକ ଦାବୀପତ୍ର ପ୍ରଦାନ କରାଯିବା ପାଇଁ ଆସୋସିଏସନର ନିଷ୍ପତି ଗୃହୀତ କରାଯାଇଥିଲା । ବୈଠକରେ ତୃତୀୟ ଲହରକୁ ନଜରରେ ରଖି ଯେଭଳି ଜରୁରୀ କାଳୀନ ଆଇନସେବା କାର୍ଯ୍ୟ ଚାଲୁ ରହିଥିଲା ସେପରି ସେବା ଚାଲୁରହିବା ବୋଲି ନିଷ୍ପତି ନିଆଯାଇଥିଲା ।ଏହି ବୈଠକରେ ସମ୍ପାଦକ ଟଂକଧାର ବେହେରା ,ଉପସଭାପତି ସରୋଜ ପାଢ଼ୀ,ନବକିଶୋର ଗୁରୁ ,ବରିଷ୍ଠ ଆଇନଜୀବି ଦିୟୀଶ ପଟ୍ଟନାୟକ, ପ୍ରସାଦ ପଟ୍ଟନାୟକ,ଉପସଭାପତି ସରୋଜ କୁମାର ପାଢୀ , ସହସମ୍ପାଦକ ପ୍ରଶାନ୍ତ ସନ୍ଥ , ଚିତରଂଜନ ବେହେରା , ଭାବଗ୍ରହୀ ପଣ୍ଡା,ସୁବାଷ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।