ମରଣକୁ ବରଣ କରି କାର୍ଯ୍ୟ କରୁଛନ୍ତି ବ୍ୟାଙ୍କ କର୍ମଚାରୀ,ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ବାଲୁଗାଁ ଶାଖା

ଚିଲିକା:-୦୩/୦୮(ବିନୁ ଦାସ୍):-ଖୋର୍ଦ୍ଧା ଜିଲ୍ଲାର ପ୍ରମୁଖ ବ୍ୟବସାୟିକ ପେଣ୍ଠ ସ୍ଥଳୀ ଏବଂ ଆନ୍ତର୍ଜାତୀୟ ପର୍ଯ୍ୟଟନ ସ୍ଥଳୀ ଚିଲିକା ହ୍ରଦର ବିସ୍ତୀର୍ଣ୍ଣ ନୀଳ ଜଳରାଶି ସହ ଚିଲିକା ମାଛ ଚିଙ୍ଗୁଡ଼ି ଏବଂ ପ୍ରକୃତିର ମନୋରମ ଦୃଶ୍ୟକୁ ଗର୍ଵ କରୁଥିବା ବାଲୁଗାଁ ସହର।ବାହାରକୁ ସୁନ୍ଦର ଭିତରେ ଦେଖିଲାବେଳକୁ ଏତେ ଭୟଙ୍କର ତାହା କଳ୍ପନା ବାହାରେ।ଚିଲିକା ହ୍ରଦ ଉପକୂଳବର୍ତ୍ତୀ ନିକଟରେ ଥିବା ଗାନ୍ଧୀ ଛକ ପାଖରେ ଥିବା ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ଲିଃ ବାଲୁଗାଁ ଶାଖା ଯାହାକି ଦୈନିକ ଶହ ଶହ ଲୋକ ବ୍ୟାଙ୍କ କାମରେ ଆସିଥାନ୍ତି।ଏପରିକି ହଜାର ହଜାର ପଞ୍ଜିକୃତ ଚାଷୀ ଙ୍କର ବାର୍ଷିକ କୋଟି କୋଟି ଟଙ୍କାର ଧାନ ବିକ୍ରି ଟଙ୍କା ମଧ୍ୟ ଉଠାଇଥାନ୍ତି।ଏହି ବ୍ୟାଙ୍କ ସହ ବାଲୁଗାଁ, ଚିଲିକା ବ୍ଳକ ଏବଂ ବାଣପୁର ଅଞ୍ଚଳର ହଜାର ହଜାର ଗ୍ରାହକ ଥିଲେବି ସେହି କାର୍ଯ୍ୟାଳୟ ରେ କାମ କରୁଥିବା ବ୍ୟାଙ୍କ କର୍ମଚାରୀ ସଦାବେଳେ ଭୟରେ ରହୁଛନ୍ତି।ପ୍ରାପ୍ତ ସୂଚନା ମୁତାବକ ବାଲୁଗାଁ ରେ ଅବସ୍ଥିତ ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ର ଛାତ ବିପଦପୂର୍ଣ୍ଣ ଭାବରେ ରହିଛି।ବେଳେବେଳେ ଛାତରୁ ସିମେଣ୍ଟ ଖଣ୍ଡ ପଡି କର୍ମଚାରୀ ଆହତ ହେଉଛନ୍ତି।ବ୍ୟାଙ୍କ ପରିସର ମଧ୍ୟରେ ଥିବା ଛାତ ଅତ୍ୟନ୍ତ ବିପଦପୂର୍ଣ୍ଣ ଅବସ୍ଥାରେ ଝୁଲି ରହିଛି।କେତେବେଳେ ଯେ ବଡ଼ ଦୁର୍ଘଟଣା ନହେବ କିଏ କହିବ।ପୁରାତନ କୋଠା ହୋଇଥିବାରୁ କେତେବେଳେ ଭୁଶୁଡି ଯାଇପାରେ।ସ୍ଥାନେ ସ୍ଥାନେ ଛାତ ଟି ଓହଳି ରହିଥିବାର ଦେଖାଯାଉଛି।ଏପରିକି ମରାମତି ମଧ୍ୟ ବର୍ଷ ବର୍ଷ ଧରି ହେଉନି ଯାହାକି ବ୍ୟାଙ୍କ କର୍ମଚାରୀ କାମ କଲାବେଳେ ସାମାନ୍ୟ ବର୍ଷା ହେଲେ ପାଣି ଗଲୁଚି।ବହୁବାର ପାଣି ଗଳି ଅନେକ କମ୍ପୁଟର ନଷ୍ଟ ହେଲାଣି ଏପରିକି ମୂଲ୍ୟବାନ କାଗଜପତ୍ର ମଧ୍ୟ ବର୍ଷା ପାଣିରେ ଭିଜି ଉଇ ଧରିବାର ଦେଖାଯାଉଛି।ଏସବୁ ସତ୍ତ୍ୱେ ଭୟଭୀତ ଅବସ୍ଥାରେ କର୍ମଚାରୀ କାମ କରୁଥିବା ବେଳେ ବାରମ୍ବାର ଅଭିଯୋଗ କଲେବି ଉପରିସ୍ଥ ଅଧିକାରୀ ନିରବ ଦ୍ରଷ୍ଟା।କର୍ମଚାରୀ ମାନେ ଉପରିସ୍ଥ ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ କଲେବି କେହି ଶୁଣୁନାହାନ୍ତି।ତୁରନ୍ତ ୟେ ଦିଗରେ ଜିଲ୍ଲାପାଳ ଖୋର୍ଦ୍ଧା ଏବଂ ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ କର୍ତ୍ତୃପକ୍ଷ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି କର୍ମଚାରୀ ଏବଂ ଏହି ବ୍ୟାଙ୍କ କୁ ଆସୁଥିବା ଗ୍ରାହକ ବୃନ୍ଦ।କୌଣସି ବିପଦ ଆସିବା ପୂର୍ବରୁ ଯୁଦ୍ଧକାଳୀନ ମରାମତି ଦାବି କରିଛନ୍ତି ଏଠାକୁ ଆସୁଥିବା ଗ୍ରାହକ।ପ୍ରଶାସନ ସଜାଗ ନହେଲେ କେତେବେଳେ ଯେ ମୂଲ୍ୟବାନ ଜୀବନ ଚାଲିଯିବ କହିହେଉନି।ତୁରନ୍ତ ୟେ ଦିଗରେ ପଦକ୍ଷେପ ନେବାକୁ ସରକାରଙ୍କୁ ଅନୁରୋଧ କରିଛନ୍ତି କିଛି କର୍ମଚାରୀ ଏବଂ ଗ୍ରାହକ।