ଟାଙ୍ଗୀ,୨୪/୦୭(ବିନୁ ଦାସ୍):-ଡକାୟତଙ୍କ ଆକ୍ରମଣରେ ୨ ଆହତ ହୋଇଛନ୍ତି । ଆହତ ମାନେ ଟାଙ୍ଗୀ ଥାନାରେ ଅଭିଯୋଗ କରିଛନ୍ତି । ଟାଙ୍ଗୀ ପୋଲିସ ଗୋଟିଏ ଡକାୟତି ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ଥାନା ମା’ ଉଗ୍ରତାରା ମନ୍ଦିର ନିକଟସ୍ଥ ରେଳବାଇ ଫାଟକ ନିକଟରେ ଗତକାଲି ବିଳମ୍ବିତ ରାତ୍ରରେ ଏହି ଘଟଣା ଘଟିଛି । ଏକ କାର୍ ଗାଡ଼ିରେ ଭୁଷଣ୍ଡପୁର ଗ୍ରାମର କୃଷ୍ଣଚନ୍ଦ୍ର ସାହୁ ଏବଂ ଶଙ୍କର ପ୍ରଧାନ ଦୁହେଁ ନିଜର ବ୍ୟକ୍ତି ଗତ କାର୍ଯ୍ୟ ସାରି ଘରକୁ ଫେରିବା ବେଳେ ୨ ଜଣ ଡକାୟତ ମୁହଁ ରେ କପଡା ଗୁଡାଇ ଏକ ବାଇକ୍ ଯୋଗେ ଯାଇ ସେମାନଙ୍କ ଗାଡିକୁ ଅଟକାଇ କୈ।ଣସି କଥାବାର୍ତ୍ତା ନକରି ସିଧାସଳଖ ବନ୍ଧୁକ ମୁନରେ ଆକ୍ରମଣ କରି ଟଙ୍କା ଲୁଟ୍-ପାଟ୍ ପରେ ସେଠାରୁ ଡକାୟତ ଦ୍ୱୟ ଖସି ପଳାଉ ଥିବା ବେଳେ ଧରାପଡି ଯାଇଛନ୍ତି । ପରେ ଟାଙ୍ଗୀ ପୋଲିସ ପହଞ୍ଚି ଏହି ଡକାୟତଙ୍କୁ କାବୁ କରିଛି ।
ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ପୋଲିସ ଯେଉଁ ୨ କୁଖ୍ୟାତ ଡକାୟତଙ୍କୁ ଧରପଗଡ କରିଛି , ସେମାନଙ୍କ ଠାରୁ ଗୋଟିଏ ମାଉଜର ଜବତ କରିଛି । ଏହି ଡକାୟତଙ୍କ ବିରୁଦ୍ଧରେ ବିଭିନ୍ନ ଥାନାରେ ଏକାଧିକ ଅପରାଧିକ ମାମଲା ରହିଛି ବୋଲି ବାଲୁଗାଁ ଏସ୍ଡିପିଓ ମାନସ ରଞ୍ଜନ ବାରିକ ସମ୍ୟକ ସୂଚନା ଦେଇଛନ୍ତି । ଅଧିକ ତଦନ୍ତ କରାଯାଉଥିବା ଯୋଗୁଁ ପୋଲିସ ସମସ୍ତ ସୂଚନା ଦେଇ ନାହାନ୍ତି । ଧରାପଡି ଥିବା ଡକାୟତ ଙ୍କ ମଧ୍ୟରେ ଜଣେ ଚାନ୍ଦପୁର ଅଞ୍ଚଳର ଆଦର୍ଶ ଶିକ୍ଷକଙ୍କ ପୁତ୍ର ରହିଥିବା ସୂଚନା ମିଳିଛି । ଅପରାଧୀ ତାଲିକା ଲମ୍ବା ଥିବାରୁ ପୋଲିସ ଅଧିକ ତଦନ୍ତ କରିବା ସହ ଆସନ୍ତା କାଲି ଡ଼କାୟତ ମାନଙ୍କ ନାମ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିବେ ବୋଲି ଜଣାପଡିଛି ।