ଟାଙ୍ଗୀ : ସାମ୍ବାଦିକଙ୍କୁ ଆକ୍ରମଣ ଓ ଦୁର୍ବ୍ୟବହାର ନେଇ ପ୍ରତିବାଦ ସଭା

ଟାଙ୍ଗୀ , ୨୪/୦୭ (ବିନୁ ଦାସ୍ ) ସାମ୍ବାଦିକ ମାନଙ୍କ ପ୍ରତି ଉଦ୍ଧେଶ୍ୟ ମୂଳକ ଭାବେ ପୋଲିସ ର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଏବଂ ଆକ୍ରମଣ ସାଙ୍ଗକୁ ଦୁର୍ବ୍ୟବହାର ଘଟଣା ଯାହାକି କେନ୍ଦ୍ରାପଡା ରେ ଘଟିଛି । ସାମ୍ବାଦିକ ମାନଙ୍କ ପ୍ରତି ପୋଲିସ ର ଏଭଳି ଯୋଜନା ବଦ୍ଧ ଭାବେ ”ଚକ୍ରବ୍ୟୁହ ଯୋଜନା” ସମାଜ କୁ ଗୋଟିଏ ଘୁର୍ଣ୍ୟ ବାର୍ତ୍ତା ଯାଉଛି । ସାମ୍ବାଦିକଙ୍କ ଜୀବନ ରକ୍ଷା ପାଇଁ ସରକାର ଚିନ୍ତିତ ମାତ୍ର ସାମ୍ବାଦିକ ସୁରକ୍ଷା ଆଇନ ବ୍ୟବସ୍ଥା କରିବାକୁ ସରକାରଙ୍କ ନୀରବତା ଏବେ ସାମ୍ବାଦିକ ମାନଙ୍କ ପାଇଁ ବିପଦ ଠିଆ କରିଛି । ଖବର ସଂଗ୍ରହ ପାଇଁ ଯାଇ ସେଠାରେ ଫଟୋ ଉତ୍ତୋଳନ କରିଥିଲେ ଜଣେ ସୋସିଆଲ ମିଡ଼ିଆ ର ସାମ୍ବାଦିକ । ଜଣେ ମହିଳା କନେଷ୍ଟବଳ ମାସ୍କ ପିନ୍ଧିନଥିବା ଧରାପଡି ଯାଇଥିଲା । ଏଇଥିପାଇଁ ମହିଳା କନେଷ୍ଟବଳ ଜଣକ ସର୍ବ ସମ୍ମୁଖରେ ସାମ୍ବାଦିକଙ୍କ ସାର୍ଟ କଲର୍ ଧରିଲେ , ଦୁ୍ର୍ବ୍ୟବହାର କଲେ , ଧମକ ଦେଲେ , ଆକ୍ରମଣ ମଧ୍ୟ କଲେ । ଏନେଇ ସଂପୃକ୍ତ ସାମ୍ବାଦିକ ସ୍ଥାନୀୟ ଥାନାରେ ଏତଲା ଦେଲେ ମାତ୍ର ପୋଲିସ କାହିଁକି ଅନ୍ଧ-ମୁକ-ବଧିର ହୋଇଯାଇଛି ତାହା କୁ ନେଇ ଉଠିଛି ପ୍ରଶ୍ନ । ଏହି ଘଟଣା କୁ ଟାଙ୍ଗୀ ଖୋର୍ଦ୍ଧା ସାମ୍ବାଦିକ ବନ୍ଧୁ ଏବଂ ମେଡ଼ିଆ ସେବା ସଂଘ ପକ୍ଷରୁ ନିନ୍ଦା କରାଯାଇଛି ।

ଏନେଇ ଟାଙ୍ଗୀ ମିଡ଼ିଆ ସେବା ସଂଘ ପକ୍ଷରୁ ଏକ ଜରୁରୀ ବୈଠକ ଡକା ଯାଇଥିଲା । ସଂପୃକ୍ତ ମହିଳା କନେଷ୍ଟବଳ କୁଂ ତୁରନ୍ତ ଗିରଫ କରିବା ଦାବି କରିଛି ଟାଙ୍ଗୀ ମିଡ଼ିଆ ସେବା ସଂଘ । ଏହି ବୈଠକରେ ଟାଙ୍ଗୀ ମିଡ଼ିଆ ସଂଘ ର ସଭାପତି ତଥା ଆଇନଜୀବୀ ରବୀନ୍ଦ୍ର କୁମାର ରଣା , ଉପ-ସଭାପତି ମାନସ ଚନ୍ଦ୍ର ପଟ୍ଟନାୟକ , ସଂଗ୍ରାମ କେଶରୀ ପଟ୍ଟନାୟକ , ସଂପାଦକ ସନ୍ତୋଷ ଚୈ।ଧୁରୀ , ଉପଦେଷ୍ଟା ଭାଗରଥୀ ଛୋଟରାୟ , ବରିଷ୍ଠ ସାମ୍ବାଦିକ ରଘୁନାଥ ସାହୁ , ଉମେଶ ଚନ୍ଦ୍ର ପଟ୍ଟନାୟକ , ପ୍ରସନ୍ନ ସ୍ୱାଇଁ କଂ ନେତୃତ୍ୱରେ ସାମ୍ବାଦିକ ଦୀପକ ପ୍ରଧାନ , କାର୍ତ୍ତିକ ସାମନ୍ତ ସିଂହାର , କପିଳେଶ୍ୱର ସିଂ , ବୈକୁଣ୍ଠ ନାଥ ପ୍ରଧାନ , ଦେବୀ ପ୍ରସାଦ ଦାସ , କାହ୍ନୁ ଚରଣ ବେହେରା , ଅଶ୍ୱିନୀ ବେହେରା , ସୁରଜିତ୍ ପଟ୍ଟନାୟକ , ଯୋଗେନ୍ଦ୍ର ରାମ , ଗୋବିନ୍ଦ ଚନ୍ଦ୍ର ଜାଲ୍ଲୀ , ମହେଶ ନାୟକ , ରମେଶ ଚନ୍ଦ୍ର ବେହେରା , ଅଶ୍ୱିନୀ ପରିଡ଼ା , ବିକାଶ ଚନ୍ଦ୍ର ନାୟକ , ବିରେନ କୁମାର ସାହୁ , ଆଲୋକ ମହାରଣା , ରଞ୍ଜିତ ସୁବୁଦ୍ଧି , ବିକାଶ ଚନ୍ଦ୍ର ନାୟକ , ସୁଶୀଲ କୁମାର ପ୍ରଧାନ , ରଞ୍ଜନ କୁମାର ସାହୁ , ପ୍ରତାପ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ । ଅନ୍ୟପଟରେ ବିଭାଗର ବିଭାଗୀୟ ଉଚ୍ଚ ଅଧିକାରୀ ତୁରନ୍ତ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ଗ୍ରହଣ କରିବାକୁ ଟାଙ୍ଗୀ ମିଡ଼ିଆ ସଂଘ ପକ୍ଷରୁ ଦାବି କରାଯାଇଛି ।