ମହିଳା ବ୍ୟାଡମିଣ୍ଟନ ଖେଳାଳି ଏନ୍‌ ସିକ୍କି ରେଡ୍ଡିଙ୍କୁ କରୋନା

ହାଇଦ୍ରାବାଦ,୧୪।୦୮: ଭାରତର ସଫଳ ମହିଳା ବ୍ୟାଡମିଣ୍ଟନ ଖେଳାଳି ଏନ୍‌ ସିକ୍କି ରେଡ୍ଡି ସଂକ୍ରମିତ ହୋଇଥିବା ପ୍ରାଥମିକ ରିପୋର୍ଟରୁ ଜଣାପଡିଛି । ସାଇ-ଗୋପିଚାନ୍ଦ ଏକାଡେମୀରେ ଚାଲିଥିବା ଜାତୀୟ ବ୍ୟାଡମିଣ୍ଟନ ଶିବିରରେ ଅଭ୍ୟାସରତ ସିକ୍କିଙ୍କ ରିପୋର୍ଟ ପଜିଟିଭ ବାହାରିଛି ।

ସାଇ ପକ୍ଷରୁ ଏକାଡେମୀର ପ୍ରତ୍ୟେକ ଖେଳାଳି, କୋଚ୍‌, କର୍ମଚାରୀଙ୍କ ପାଇଁ ବାଧ୍ୟତାମୂଳକ କରୋନା ଟେଷ୍ଟ ନିୟମ ରହିଛି। ସିକ୍କି ଓ କିରନ ହାଇଦ୍ରାବାଦରେ ରହୁଛନ୍ତି । ତେଣୁ ଉଭୟ ନିୟମିତ ଘରୁ ଏକାଡେମୀକୁ ଅଭ୍ୟାସ ପାଇଁ ଆସୁଛନ୍ତି । ସିକ୍କି ଓ କିରନଙ୍କ ସଂସ୍ପର୍ଶରେ ଆସିଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ଆରଟି ପିସିଆର ଟେଷ୍ଟ କରାଯିବ ।

ଉଭୟଙ୍କ ରିପୋର୍ଟ ପଜିଟିଭ ବାହରିବା ପରେ ଏକାଡେମୀକୁ ଗୋଟିଏ ଦିନ ବନ୍ଦ ରଖାଯାଇଥିଲା। ଇତି ମଧ୍ୟରେ ଏକାଡେମୀ ସାନିଟାଇଜ୍‌ କରାଯାଇଛି । ଅନ୍ୟ ସମସ୍ତ ଖେଳାଳି, କୋଚ୍‌, ସହକାରୀ କୋଚ୍‌, କର୍ମଚାରୀଙ୍କ ରିପୋର୍ଟ ନେଗେଟିଭ ରହିଛି। ଫଳରେ ପୂର୍ବଭଳି ଶିବିର ଜାରି ରହିବ ବୋଲି ମୁଖ୍ୟ କୋଚ୍‌ ପୁଲେଲା ଗୋପିଚାନ୍ଦ ପ୍ରକାଶ କରିଛନ୍ତି।