କଳାହାଣ୍ଡି ( ଅରୁଣ କୁମାର ସାହୁ):- କଲାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ବାଲିଛଡ଼ା ମହାଭାରତ ଆମ୍ବବଗିଚା ଖେଳ ପଡିଆ ଠାରେ ଅନୁଷ୍ଠିତ। ମାଁ ଠାକୁରାଣୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି।ଏଥିରେ ୧୬ ଟି ଟିମ୍ ଯୋଗଦେଇଥିଲେ ଏବଂ ଏହା ୧୨ ଦିନ ଧରି ଖେଲ ଚାଲୁଥିଲା, ପରିଶେଷରେ ଫାଇନାଲ ଖେଳ ଟେମରା ଏବଂ ଚିଲଗୁଡା ମଧ୍ୟରେ ଅନୁଷ୍ଠିତ ହୋଇ ଥିଲା। ଟେମରା କୁ ୧୧୪ ରନ ରେ ହରାଇ ଚିଲଗୁଡ଼ା ଚମ୍ପିୟାନ ହୋଇଥିଲା। ଫାଇନାଲ ଖେଲ ଦେଖିବା ପାଇଁ ବହୁ ସଂଖ୍ୟକ ଦର୍ଶକ ଉପସ୍ଥିତ ଥିଲେ। ଏହି ଉଦଯାପିତ ସଭାରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ଼ ବିଧାୟକ ମୋସୋଧି ବାଗ ,ସମ୍ମାନିତ ଅତିଥି ଭାବେ ଆନ୍ତଃରାଜ୍ୟ ଫେସନ ଡିଜାଇନର ସୁଜିତ ମେହେର, ସାମ୍ୱାଦିକ ତଥା ସମାଜସେବୀ ଚକ୍ର ନାଏକ, କଲମପୁର ପେକ୍ସ ସଭାପତି ଶଙ୍କର ସନ୍ ବେହେରା,ତଥା ଅଞ୍ଚଳର ବିଭିନ୍ନ ମାନ୍ୟଗନ୍ୟ ବ୍ୟକ୍ତି ମଞ୍ଚଷିନ ଥିଲେ। ଫାଇନାଲ ଖେଳ କୁ ମିନିକେତନ୍ ଦୁର୍ଗା ଓ ସୁରେଶ ଦୁର୍ଗା ଖେଲ ପରିଚାଳନା କରିଥିବା ବେଳେ ,ଲୋକନାଥ ବିହାରୀ ଖେଲ ଧାରା ବିବରିନି ପ୍ରଦାନ କରିଥିଲେ। ପରିଶେଷରେ ବିଜୟୀ ଚିଲଗୁଡା ଦଳ କୁ ଟ୍ରଫି ସହ ପନ୍ଦର ହଜାର ଟଙ୍କା ଏବଂ ରନର୍ଷ ଅପ ଟେମେରା ଦଳ କୁ ଟ୍ରଫି ସହ ଦଶ ହଜାର ଟଙ୍କା ଅତିଥି ମାନଙ୍କ ଦ୍ଵାରା ପ୍ରଦାନ କରାଯାଇଥିଲା। ମାଁ ଠାକୁରାଣୀ କ୍ରିକେଟ ଟର୍ଣ୍ଣନାମେଣ୍ଟ ରେ ଗୁଣନିଧି ଦୁର୍ଗା ମୁଖ୍ୟ ପରିଚାଳକ ଭାବେ କାର୍ଯ୍ୟ କରୁଥିଲେ , ଅନୁଷ୍ଠାନ ର ସଭାପତି ତପନ ଦୁର୍ଗା, ଉପସଭାପତି ଆଶ୍ୱିନ ଦୁର୍ଗା ଓ ସମ୍ପାଦକ,ଧର୍ମେନ୍ଦ୍ର ବାଗ , ସହିତ ଅନୁଷ୍ଠାନର ଝାଡେଶ୍ୱର ଦୁର୍ଗା, ନୀଳମଣି ଦୁର୍ଗା,ଟୁନୁ,ପିନ୍ଟୁ ଅବିନାଶ ତଥା ଅନୁଷ୍ଠାନ ସଦସ୍ୟ ମାନେ ଖେଳ ପରିଚାଳନା ରେ ସହଯୋଗ କରିଥିଲେ।