ଚିଲିକା:-୦୭/୦୨(ବିନୁ ଦାସ୍):-ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅନ୍ତର୍ଗତ କାଳୁପଡ଼ା ଘାଟ ଅନ୍ତର୍ଗତ ଜରିପଡ଼ା ସେବା ସମବାୟ ସମିତିର ଧାନ ମଣ୍ଡି ଉଦଘାଟିତ ହୋଇଯାଇଛି।ଖୋର୍ଦ୍ଧା ଜିଲ୍ଲାରେ ଏକ ନମ୍ବର ଧାନ ରପ୍ତାନୀ କରୁଥିବା ଜରିପଡ଼ା ସେବା ସମବାୟ ସମିତି ପକ୍ଷରୁ ଗତବର୍ଷ ଭଳି ଏବର୍ଷ ୪୮୨ ଜଣ ପଞ୍ଜିକୃତ ଚାଷୀଙ୍କର ୧୫ ହଜାର ରୁ ଉର୍ଦ୍ଧ୍ବ କୁଇଣ୍ଟାଲ ଧାନ ବିକ୍ରି କରିବାକୁ ଲକ୍ଷ ରହିଛି।ଏବର୍ଷ ସୋସାଇଟି ର ୪୪୧ ଗୋଟି ଜମି ସାଟେଲାଇଟ ସର୍ଭେ ମୁତାବକ ପଡ଼ିଆ ଥିବା ସୂଚନା ମିଳିଛି ଯାହା ଫଳରେ ବହୁତ ଚାଷୀଙ୍କର ବହୁ ଧାନ କଟିଥିବା ସୂଚନା ମିଳିଛି।ସେହିଭଳି ଜଳକର ଦେଉଥିବା ଜମି ଏବଂ ଜଳ ସେଚିତ ଜମି ଗୁଡିକ ନିର୍ଦିଷ୍ଟ ତଦନ୍ତ ନହୋଇଥିବା ଯୋଗୁଁ ବହୁ ଚାଷୀ ଙ୍କର ଧାନ ବିକ୍ରି ଟୋକନ କି ମେସେଜ ଆସିନାହିଁ।ସେହିଭଳି ଭାବରେ ସରକାରୀ ନିୟମ ଯୋଗୁଁ ଯେଉଁ ଚାଷୀ ଙ୍କର ୬୦ କୁଇଣ୍ଟାଲ ରୁ ଅଧିକ ଧାନ ବିକ୍ରି ପାଇଁ ଆସିଥିବା ରେ ଅଧିକ ଧାନ ଦେଇହେବ ନାହିଁ ଯାହାକି ବଡ଼ ଚାଷୀ ମାନଙ୍କ ପାଇଁ ମୁଣ୍ଡ ବିନ୍ଧା ପାଲଟିଛି।
ଅନୁରୂପ ଭାବେ ଆଜି ମଣ୍ଡି ଉଦଘାଟନ ବେଳେ ଆଜିର ସଭା କାର୍ଯ୍ୟକ୍ରମ ରେ ଜଗନ୍ନାଥ ରାଇସ ମିଲ ଉପସ୍ଥିତ ରହି ଚାଷୀ ମାନଙ୍କ ଧାନ କିପରି ଭାବେ ସୁରକ୍ଷିତ ବିକ୍ରି ହୋଇପାରିବ ସେ ନେଇ ଚାଷୀ ମାନେ ଜଗନ୍ନାଥ ରାଇସ ମିଲ ର ପ୍ରତିନିଧି ସହିତ ଚାଷୀ କମିଟି ଆଲୋଚନା କଲାବେଳେ ଜଗନ୍ନାଥ ରାଇସ ମିଲ କୁଇଣ୍ଟାଲ ପିଛା ଚାରି କେଜି କଟନୀ ରେ ଧାନ ନେବ ବୋଲି ରୋକଠୋକ ଚାଷୀ କମିଟିର ସଦସ୍ୟଙ୍କୁ ଜଣାଇଥିଲେ।ଏସବୁ ସତ୍ତ୍ୱେ ଜଗନ୍ନାଥ ରାଇସ ମିଲ ରେ ଚାଷୀ ମାନଙ୍କୁ ୱେ ବ୍ରିଜ ବାବଦରେ ଧାନ କାଟୁଥିବା ଚାଷୀ ମାନେ ଅଭିଯୋଗ କରିଥିଲେ।ଏସବୁ ସତ୍ତ୍ୱେ ଚାଷୀ କମିଟିର କଥା ତଥା ବିଭିନ୍ନ ଦଳର ରାଜନୈତିକ ନେତୃବୃନ୍ଦ ଏବଂ ନିର୍ବାଚିତ ସୋସାଇଟି ର ନିର୍ଦ୍ଦେଶକ ତଥା ସଭାପତି ଏବଂ ସମ୍ପାଦକ ଙ୍କ ସହିତ ଚାଷୀ ମାନେ ତିନି କେଜି କଟନୀ ରେ ଧାନ ବିକ୍ରୀ କରିବାକୁ ଅନୁରୋଧ କରିଥିଲେ ବି ମିଲର ଶେଷରେ ଚାରି କେଜି କଟନୀ ରେ ଧାନ କିଣିବ ନଚେତ ମଣ୍ଡି ରୁ ଧାନ ନେବନାହିଁ ବୋଲି ରୋକଠୋକ କହିଥିଲେ ଯାହା ଫଳରେ ଶେଷରେ ଚାଷୀ ମାନେ ବାଧ୍ୟତାମୂଳକ ଭାବେ ନିଜର ଧାନ କୁ ଚାରି କେଜି କଟନୀ ରେ ବିକ୍ରି କରିବାକୁ ସହମତି ପ୍ରକାଶ କରିଥିଲେ।
ଏହି ମଣ୍ଡି ଉଦଘାଟନ କାର୍ଯ୍ୟକ୍ରମ ରେ ଜରିପଡ଼ା ସେବା ସମବାୟ ସମିତିର ନବ ନିର୍ବାଚିତ ସଭାପତି ଦାମୋଦର ଜେନା ଏବଂ ସମ୍ପାଦକ ପ୍ରଦୀପ କୁମାର ଶ୍ରୀଚନ୍ଦନ ଏବଂ ଖୋର୍ଦ୍ଧା ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ଅଭିଜିତ ସିଂ ସାମନ୍ତ ପ୍ରଦୀପ ପ୍ରଜ୍ବଳନ କରି ଧାନ ମଣ୍ଡି ଉଦଘାଟନ କରିଥିବା ବେଳେ ଏହି ସଭାରେ ପ୍ରମୋଦ କୁମାର ପ୍ରଧାନ ସମବାୟ ସମିତି ନିରୀକ୍ଷକ ଖୋର୍ଦ୍ଧା, ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ବାଲୁଗାଁ ଶାଖା ପରିଚାଳକ ରାକେଶ ରାଉତରାୟ,ଜରିପଡ଼ା ସରପଞ୍ଚ ଶ୍ରୀମତୀ ଦିପୁନା କୁମାରୀ ସାହୁ, କଳକଳେଶ୍ୱର ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ଜୋତ୍ସ୍ନାରାଣୀ ଜେନା,ସହ ସମ୍ପାଦକ ଦୁର୍ଗା ପ୍ରସାଦ ମିଶ୍ର, ଡାଟା ଏଣ୍ଟ୍ରି ଅପରେଟର ନୀଳମଣି ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଚାଷୀ ମାନଙ୍କ ଧାନ ବିକ୍ରି ପାଇଁ ସହଯୋଗ କରିଥିବା ବେଳେ ଏହି କାର୍ଯ୍ୟକ୍ରମ ରେ ସୋସାଇଟି ର ୧୪ ଜଣ ନବ ନିର୍ବାଚିତ ନିର୍ଦେଶକ ଉପସ୍ଥିତ ଥିଲେ।ଆଗାମୀ ଦିନରେ ଚାଷୀ ମାନଙ୍କ ଧାନ ସୁରୁଖୁରୁରେ ବିକ୍ରି ପାଇଁ ସମସ୍ତେ ସହମତି ପ୍ରକାଶ କରିଥିବା ବେଳେ ଜଗନ୍ନାଥ ରାଇସ ମିଲ ର ଧାନ କଟନୀ କୁ ସମସ୍ତେ ନାପସନ୍ଦ କରିଥିଲେ ଏବଂ ଜିଲ୍ଲାପାଳ ଖୋର୍ଦ୍ଧା ଏବଂ ଯୋଗାଣ ବିଭାଗ ମିଲର ଙ୍କ ପଦକ୍ଷେପ କୁ କିଭଳି କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ତାହା ଦେଖିବାର ଅଛି ନଚେତ ଚାଷୀ ର ଧାନ ଶାଗ ମାଛ ଦରରେ କିଣିବାକୁ ମିଲର ଚୋରା ବ୍ୟବସାୟୀ ଙ୍କୁ ନିୟୋଜିତ କରିଥିବା ଜଣାପଡ଼ିଛି