କୋଇଡା,୨୪/୧୧(ଆଶିଷ ବିଶ୍ଵାଳ) : ସୁନ୍ଦରଗଡ ଜିଲ୍ଲା କୋଇଡା ବ୍ଲକ ଅନ୍ତର୍ଗତ ଇନ୍ଦୁପୁର ଠାରେ ଉଦ୍ଘାଟିତ ହୋଇ ଯାଇଛି ଦ୍ୱିତୀୟ ବାର୍ଷିକ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ , ଏହି ଟୁର୍ଣ୍ଣାମେଣ୍ଟରେ ମୁଖ୍ୟ ଅଥିତି ଭାବେ ଯୋଗ ଦେଇଥିଲେ କୋଇଡା ବ୍ଲକ ଅଧ୍ୟକ୍ଷ ସୁରେଶ ନାୟକ ସମ୍ମାନିତ ଅଥିତି ଭାବେ ରୁଙ୍ଗଟା ଖଣିର ଲୋଜେଷ୍ଟିକ ମୁଖ୍ୟ ଆନନ୍ଦ ଶୁକ୍ଳା , ମାଳଦା ସରପଞ୍ଚ ପ୍ରତିନିଧି ଟିକେଶ୍ୱର୍ ପତ୍ର, ମାଳଦା ପୂର୍ବତନ ସରପଂଚ ଦିବାକର ନାଏକ, ବିଷ୍ଣୁପଦ ସଡଙ୍ଗି, ଉଜ୍ଜଳ ମଲ୍ଲିକ ବିଧି ବଧ ଭାବେ ଉପସ୍ଥିତ ରହି ଖେଳର ଆନୁଷ୍ଟାନିକ ପତାକା ଉତୋଳନ କରି ଉଦ୍ଘାଟନ କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟ କୁ ଆୟୋଜନ କରିଛନ୍ତି ଇନ୍ଦୁପୁର ସ୍ପୋର୍ଟସ କମିଟି, ଏହି ଟୁର୍ଣ୍ଣାମେଣ୍ଟରେ ୩୨ ଗୋଟି ଦଳ ଭାଗ ନେଇଛନ୍ତି ପ୍ରଥମ ମ୍ୟାଚ୍ ପାଟୁଳି ଏଫ୍ ସି ବନାମ ପ୍ରଧାନ ବ୍ରଦର୍ସ ସହିତ ଚିତାକର୍ଷକ ମ୍ୟାଚ୍ ହେଇଥିଲା। ଏହି ମ୍ୟାଚ୍ ରେ କୌଣସି ଗୋଲ ନ ହେଇଥିବାରୁ ପାନାଲ୍ଟି ଜରିଆରେ ନିର୍ଣ୍ଣୟ କରାଯାଇଥିଲା କିନ୍ତୁ ସେଥିରେ ମଧ୍ୟ ଫଳା ଫଳ ସମାନ ରହିବାରୁ ଫିଫା କଏନ ଜରିଆରେ ନିର୍ଣ୍ଣୟ ନିଆ ଯାଇଥିଲା ଏଥିରେ ବାଜି ମାରିନେଇଥିଲା ପ୍ରଧାନ ବ୍ରଦର୍ଷ, ଏହି ମ୍ୟାଚ୍ କୁ ପରିଚାଳନା କରିଛନ୍ତି ଦୀପକ କୁମାର ମହାନ୍ତ, ଦୈତାରି କାରୁଆ, ଏମ ଡି ହଲିମ୍, ବିଜୟ କୁଲସୁରି ଧାରା ବିବରଣୀ ଦେଇଛନ୍ତି ଖିରଦ ଗିରି, ବୁଲବୁଲ ଆପଟ୍ ପରିଚାଳନା କରିଛନ୍ତି ଓ ଇନ୍ଦିପୂର୍ ସ୍ପୋର୍ଟସ କମିଟି ର ସମସ୍ତ କର୍ମ କର୍ତ୍ତା ରହି ଖେଳକୁ ସହଜଗ କରିଛନ୍ତି ଏବଂ ଆସନ୍ତା ଶନିବାର କିଏ ହେବ ଏ ର୍ଷର ବିଜେତା ତାହା ଦେଖିବାକୁ ହଜାର ହଜାର ଦର୍ଶକ ଚାହିଁ ରହିଥିବା ବେଳେ ଉଜ୍ଜାପନି ମ୍ୟାଚ ରେ ଦେଖିବାକୁ ମିଳିବ ଦୁଇ ଚର୍ଚ୍ଚିତ ମହିଳା ଟିମ୍ କୋଇଡା ଏଫ୍ ସି ଓ ଆରୀୟନ୍ ୧୧ ରୁଡୁକଲା