ଓଡ଼ିଶା ଫେରିଲେ ଓଡ଼ିଆ ହକି ଷ୍ଟାର, ଆଜି ସମ୍ବର୍ଦ୍ଧିତ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଓଡ଼ିଶା ଫେରିଛନ୍ତି ଅଲିମ୍ପିକ୍ସ ପଦକ ବିଜେତା ଭାରତୀୟ ହକି ଟିମର ୪ ଓଡ଼ିଆ ଖେଳାଳି। ପୁରୁଷ ଟିମର ଅମିତ ରୋହି ଦାସ , ବିରେନ୍ଦ୍ର ଲାକ୍ରା, ମହିଳା ଟିମ୍ ର ଦୀପ୍ ଗ୍ରେସ୍ ଏକ୍କା ଏବଂ ନମିତା ଟପ୍ପୋ ପହଞ୍ଚିଛନ୍ତି। ସମସ୍ତ ୪ ହକି ତାରକାଙ୍କୁ କଳିଙ୍ଗ ଷ୍ଟାଡିଅମରେ ଆଜି ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ମାଧ୍ୟମରେ ସମ୍ବର୍ଦ୍ଧନା କରାଯିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କୁ ସମ୍ବର୍ଦ୍ଧିତ କରିବେ।

ଦିଲ୍ଲୀରୁ ବିମାନ ଯୋଗେ ୪ ଖେଳାଳି ଭୁବନେଶ୍ୱରରେ ପହଂଚିବା ପରେ ରାଜ୍ୟ ସରକାରଙ୍କ ପ୍ରତିନିଧି ଓ ପରିବାରବର୍ଗ ସେମାନଙ୍କୁ ସ୍ୱାଗତ କରିଥିଲେ। ରାଜ୍ୟ ସରକାରଙ୍କ ପକ୍ଷରୁ ପୂର୍ବତନ ହକି ଖେଳାଳି ଦିଲୀପ ତିର୍କୀ ଓ ରାଜ୍ୟ କ୍ରୀଡାମନ୍ତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ।

ଆଜି ଦିନ ୧୦ଟାରେ କଳିଙ୍ଗ ଷ୍ଟାଡିୟମରେ ଓଡିଆ ହକି ଖେଳାଳିଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିବେ। ସେହିପରି ଆସନ୍ତା ୧୬ ଓ ୧୭ ତାରିଖରେ ଦୁଇ ହକି ଦଳକୁ ସମ୍ବର୍ଦ୍ଧିତ ରାଜ୍ୟ ସରକାର କରିବା କାର୍ଯ୍ୟକ୍ରମ ରହିଛି।

ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ପାଇବାରେ ଅମିତ ରୋହି ଦାସଙ୍କ ଭୂମିକା ବେଶ୍‌ ଗୁରୁତ୍ତ୍ୱପୂର୍ଣ୍ଣ ଥିଲା। ସେହିଭଳି ବୀରେନ୍ଦ୍ର ଲାକ୍ରା ମଧ୍ୟ ଦଳରେ ଗୁରୁତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।