ଜରିପଡ଼ା ରୁ ବିଜୟ ଲକ୍ଷ୍ମୀ ବିଜେଡି ରୁ ସରପଞ୍ଚ ପ୍ରାର୍ଥୀନୀ

କାଳୁପଡ଼ା ଘାଟ:-୨୧/୦୧(ବିନୁ ଦାସ୍):-ଚିଲିକା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଚିଲିକା ବ୍ଲକ ପାଞ୍ଚ ନମ୍ବର ଜୋନ୍ ଜରିପଡ଼ା ଗ୍ରାମ ପଞ୍ଚାୟତ।ନିର୍ବାଚନ ମଇଦାନର ସଦାବେଳେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିବା ଜରିପଡ଼ା ଗଡ ଏବର୍ଷ ଦୁଇ ପ୍ରମୁଖ ପ୍ରତିଦ୍ୱନ୍ଦୀଙ୍କୁ ନେଇ ଜୋରଦାର ଲଢେ଼ଇ ହେବାର ଦେଖାଯାଇଛି।ଗୋଟିଏ ପଟେ ସ୍ୱାଧୀନ ସରପଞ୍ଚ ପ୍ରାର୍ଥୀ ରୂପେ ଜରିପଡ଼ା ଗ୍ରାମ ପଞ୍ଚାୟତ ବିକାଶ ପାଇଁ ଦିପୁନା ସାହୁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।ସେହିଭଳି ଅନୁରୂପ ଭାବେ ବିଜେଡି ତାର ଗଡ଼ ପୁନର୍ବାର ବିଜୟୀ ରଖିବାକୁ ତାର କଳ ବଳ ଏବଂ କୌଶଳ ପ୍ରୟୋଗ କରି ଶେଷ ଦିନରେ ବିଜୁ ଜନତା ଦଳ ସମର୍ଥିତ ସରପଞ୍ଚ ଏବଂ ସମିତି ସଭ୍ୟ ପାଇଁ ପ୍ରାର୍ଥୀନୀ ମାନେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।ଗତ ପଞ୍ଚାୟତ ନିର୍ବାଚନରେ ବିଜେଡି ପକ୍ଷରୁ ପୂର୍ବତନ ବିଧାୟକ ରଘୁନାଥ ସାହୁଙ୍କ ଆଶୀର୍ବାଦରେ ଉମାକାନ୍ତ ବେହେରା ପ୍ରତିନିଧିତ୍ୱ କରି ସରପଞ୍ଚ ଭାବେ ନିର୍ବାଚିତ ହୋଇଥିଲେ।

ସେହିଭଳି ଭାବରେ ନିଜର ଗଡ଼ ରକ୍ଷା କରିବାକୁ ବର୍ତ୍ତମାନର ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଙ୍କର ଆଶୀର୍ବାଦ ଏବଂ ବିଧାୟକ ପ୍ରତିନିଧି ଅଶ୍ୱିନୀ ସେଣ,ଜରିପଡ଼ା ଗଡ଼ରେ ପ୍ରଥମ ବିଜୁ ଜନତା ଦଳର ମଞ୍ଜି ପୋତିଥିବା ଯୁବନେତା ଜୟନ୍ତ ପ୍ରଧାନ ପ୍ରମୁଖ ଙ୍କର ସହଯୋଗ ରେ ଆଜି ବିଜେଡି ସମର୍ଥିତ ସରପଞ୍ଚ ପ୍ରାର୍ଥୀନୀ ବିଜୟ ଲକ୍ଷ୍ମୀ ସାମନ୍ତରାୟ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।ସେହିଭଳି ଭାବରେ ଜରିପଡ଼ା ଗ୍ରାମ ପଞ୍ଚାୟତ ରେ ମତ୍ସ୍ୟଜୀବୀ ଙ୍କର ସଂଖ୍ୟା ଅଧିକ।ଗୋଟିଏ ପଟରେ ସ୍ୱାଧୀନ ପ୍ରାର୍ଥୀ ଦିପୁନା ସାହୁ ଅସନ୍ତୁଷ୍ଟ ବିଜେଡି ଏବଂ ବିଜେପି ଭୋଟର ଙ୍କର ଭୋଟ କୁ ନେଇ ନିଜର ବିଜୟ ଲାଭ ପାଇଁ ଅସନ୍ତୁଷ୍ଟ ଙ୍କର ଆଶୀର୍ବାଦ ରେ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ଶେଷ ମୁହୂର୍ତ୍ତରେ ବିଜୟ ଲକ୍ଷ୍ମୀ ଙ୍କର ପ୍ରାର୍ଥୀ ପତ୍ର ଦାଖଲ ପଞ୍ଚାୟତ ରେ ଉଷ୍ମତା ଆଣିଛି।ଏହି ଦୁଇ ପ୍ରାର୍ଥୀ ଙ୍କ ମଧ୍ୟରେ ନିର୍ଣ୍ଣାଏକ ଭୋଟର ଯଦି କୁହାଯାଏ ତ ଯାହାକି ହଜାର ହଜାର ମତ୍ସ୍ୟଜୀବୀ ମାନଙ୍କର ସମର୍ଥନ ଯାହାକୁ ମିଳିବ ସେ ହିଁ ପଞ୍ଚାୟତରେ ବିଜୟ ଲାଭ କରିବ ବୋଲି ଚର୍ଚ୍ଚା ଧରିଛି।

ବିଜୟ ଲକ୍ଷ୍ମୀ ଙ୍କର ବିଜୟ ପାଇଁ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଙ୍କର ମନୋନୀତ ପ୍ରାର୍ଥୀ ହୋଇଥିବାବେଳେ ଏହାର ପ୍ରଚାର ପ୍ରସାର ଏବଂ ବିଜୟ ପାଇଁ ଦୃଢ଼ ରଣନୀତି ପ୍ରସ୍ତୁତ କରିଛନ୍ତି ପୂର୍ବ ଚିଲିକା ବ୍ଲକ ଅଧକ୍ଷ ତଥା ବିଧାୟକ ପ୍ରତିନିଧି ଅଶ୍ୱିନୀ ସେଣ।ରାଜ୍ୟ ସରକାରଙ୍କ ବିକାଶର ଧାରା କୁ ଭୋଟର ମାନଙ୍କୁ ଅବଗତ କରେଇବା ସହ ଆଗାମୀ ଦିନରେ ଜରିପଡ଼ା କୁ ପୁଣି ବିଜେଡି ଅକ୍ତିଆର କରିବାକୁ ଯୋଜନା କରିଛନ୍ତି। ଆଜି ପ୍ରାର୍ଥୀପତ୍ର ଦାଖଲ ର ଶେଷ ଦିନ ସୁଦ୍ଧା ପଞ୍ଚାୟତର ନିର୍ବାଚନ ଅଧିକାରୀ ରବୀନ୍ଦ୍ର ନାଥ ପୃଷ୍ଟି କହିଛନ୍ତି କି ୧୫ ଗୋଟି ୱାର୍ଡ ପାଇଁ ୨୯ ଜଣ ୱାର୍ଡ ମେମ୍ବର ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।

ସେହିଭଳି ପାଞ୍ଚ ନମ୍ବର ୱାର୍ଡ ରେ କୌଣସି ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିନଥିବା ବେଳେ ଆଠ,ନଅ ଏବଂ ଦଶ ନମ୍ବର ୱାର୍ଡ ରୁ ଜଣେ ଜଣେ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।ଅପରପକ୍ଷରେ ସରପଞ୍ଚ ପାଇଁ ଦିପୁନା ସାହୁ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ବିଜେଡି ସମର୍ଥିତ ସରପଞ୍ଚ ପ୍ରାର୍ଥୀ ଭାବେ ବିଜୟ ଲକ୍ଷ୍ମୀ ସାମନ୍ତରାୟ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଅନୁରୂପ ଭାବେ ଦିପୁନା ସାହୁଙ୍କ ସମର୍ଥନ ରେ ସମିତି ସଭ୍ୟ ପ୍ରାର୍ଥୀ ରୂପେ ମନୋରମା ବେହେରା ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ନିକଟତମ ପ୍ରତିଦ୍ୱନ୍ଦୀଙ୍କୁ କଡ଼ା ମୁକାବିଲା କରିବାକୁ ନିର୍ବାଚନ ରଣାଙ୍ଗନ କୁ ସମିତିସଭ୍ୟ ପ୍ରାର୍ଥୀ ରୂପେ ଗୀତାଞ୍ଜଳି ବେହେରା ମଧ୍ୟ ବିଜୟଲକ୍ଷ୍ମୀ ସାମନ୍ତରାୟ ଙ୍କର ସମିତି ସଭ୍ୟ ପ୍ରାର୍ଥୀ ଭାବେ ବିଜେଡି ଦଳରୁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।ଆସନ୍ତା କାଲି ଠାରୁ ନାମାଙ୍କନ ପତ୍ର ଯାଞ୍ଚ କରାଯିବା ପରେ ଅନ୍ୟ ପ୍ରକ୍ରିୟା ଜାରି ରହିବ ବୋଲି ସୂଚନା ମିଳିଛି।