ଜରିପଡ଼ା ଧାନ ମଣ୍ଡି ଉଦଘାଟିତ କୁଇଣ୍ଟାଲ ପିଛା ସାତ କେଜି କଟନୀ ପ୍ରଶାସନ ନାଚାର ମୁଣ୍ଡ ନୋଇଁଲା ଚାଷୀ

କାଳୁପଡ଼ା ଘାଟ:-୨୧/୦୧(ବିନୁ ଦାସ୍):-ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅନ୍ତର୍ଗତ କାଳୁପଡ଼ା ଘାଟ ରେ ଅବସ୍ଥିତ ଜରିପଡ଼ା ସେବା ସମବାୟ ସମିତି ପକ୍ଷରୁ ଧାନ ମଣ୍ଡି ଉଦଘାଟିତ ହୋଇଯାଇଛି।ଖୋର୍ଦ୍ଧା ଜିଲ୍ଲାରେ ଧାନ ବିକ୍ରି କରିବାରେ ଏକ ନମ୍ବର ପୁରସ୍କୃତ ହୋଇଥିବା ଜରିପଡ଼ା ସେବା ସମବାୟ ସମିତି ପକ୍ଷରୁ ଗତବର୍ଷ ୧୬୬୦୦ କୁଇଣ୍ଟାଲ ଧାନ ବିକ୍ରି କରାଯାଇଥିଲା।ଏ ବର୍ଷ ତା ଠାରୁ ଅଧିକ ଧାନ ବିକ୍ରି କରିବାକୁ ୪୨୭ ଜଣ ପଞ୍ଜିକୃତ ଚାଷୀ ଅଛନ୍ତି।ଗୋଟିଏ ପଟେ ସରକାରୀ ସ୍ତରରେ ଗତ ଦଶ ତାରିଖରୁ ମଣ୍ଡି ଖୋଲିବା ଏବଂ ଧାନ ବିକ୍ରି ପାଇଁ ଚାଷୀ ଙ୍କର ପଞ୍ଜିକୃତ ମୋବାଇଲ କୁ ମେସେଜ ଆସିଥିଲେ ବି ଧାନର ମାନ ନିର୍ଦ୍ଧାରଣ ପାଇଁ ମଣ୍ଡି ଖୋଲା ଯାଇପାରିନଥିଲା।ଗୁରୁବାର ପୂର୍ବାହ୍ନରେ ସ୍ଥାନୀୟ ଚାଷୀ ନେତା,ସରକାର ଙ୍କର ଧାନ କିଣିବାକୁ ଥିବା ଜଗନ୍ନାଥ ରାଇସ ମିଲ୍ ଏବଂ ଚଣ୍ଡୀହର ରାଇସ ମିଲ୍ ର ମାଲିକଙ୍କର ସହ ଖୋର୍ଦ୍ଧା ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ଅତିରିକ୍ତ ଯୋଗାଣ ଅଧିକାରୀ ବିଷ୍ଣୁ ପରିଡ଼ା,ବ୍ଲକ ଯୋଗାଣ ଅଧିକାରୀ ,ଧାନ ମାନ ନିୟନ୍ତ୍ରକ ବିଭାଗ ପକ୍ଷରୁ ପ୍ରଥମେ ଧାନର ମାନ ପରୀକ୍ଷା କରି ସର୍ବସମ୍ମତ କ୍ରମେ ବାଧ୍ୟହୋଇ ଚାଷୀମାନେ ନିରୁପାୟ ହୋଇ ପ୍ରତି କୁଇଣ୍ଟାଲ ପିଛା ସାତ କେଜି କଟନୀ ଛଟନୀ ରେ ଧାନ ବିକ୍ରି କରିବାକୁ ନିଷ୍ପତ୍ତି ନେଲେ।

ଯାହାଫଳରେ ଚାଷୀମାନେ ବହୁତ କ୍ଷତି ସହିବା ସହ ମିଲରଙ୍କ ରାଜୁତି ଆଗରେ ପ୍ରଶାସନ ଚୁପଚାପ ରହିବା ଏବଂ ଏଫକ୍ୟୁ ମାନର ଧାନ ନହେଲେ ମିଲର ନେବେ ନାହିଁ ବୋଲି ରୋକଠୋକ ଶୁଣାଇ ଥିଲେ।ଯାହାଫଳରେ ସରକାରୀ ସ୍ତରରେ ଉଦାସୀନତା ମନୋଭାବ ଯୋଗୁଁ ଚାଷୀ ଆଜି ନିଜର ବର୍ଷକର ରୋଜଗାର ମାଧ୍ୟମ ଥିବା ଧାନକୁ ଶାଗ ମାଛ ଦରରେ ବିକ୍ରି କରିବାକୁ ଚାଷୀ ମାନେ ରାଜି ହେଲେ।ଆଜିର ଉଦଘାଟନ ଉତ୍ସବରେ ଚାଷୀ ମାନଙ୍କ ପକ୍ଷରୁ ଚାଷୀ ନେତା ଦାମୋଦର ମଲ୍ଲିକ, ଶ୍ୱେତ ସ୍ୱାଇଁ,ଦାମ ଜେନା,ଅପର୍ତ୍ତି ବିଶ୍ୱାଳ,ପ୍ରଭାକର ବିଶ୍ୱାଳ ପ୍ରମୁଖ ଉପସ୍ଥିତ ରହି ମଣ୍ଡି ଧାନ ବିକ୍ରି ପାଇଁ ସୁପରିଚାଳନା କରିଥିଲେ।ଆଜିର ଉଦଘାଟନ ଉତ୍ସବରେ ଜରିପଡ଼ା ସେବା ସମବାୟ ସମିତିର ସେକ୍ରେଟାରୀ ପ୍ରଦୀପ ଶ୍ରୀଚନ୍ଦନ ସମସ୍ତ କାର୍ଯ୍ୟକ୍ରମ ଅଧକ୍ଷତା କରିଥିଲେ।