କାଳୁପଡ଼ା ଘାଟ:-(ବିନୁ ଦାସ୍) ୨୪।୦୩-ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ବରିଷ୍ଠ ଅଧିକାରୀଙ୍କର ସହ ଟାଙ୍ଗୀ ଏବଂ ଚିଲିକା ବ୍ଲକର ସାମ୍ବାଦିକ ବନ୍ଧୁ ମାନଙ୍କ ଦ୍ୱାରା ଟିବିମୁକ୍ତ ଦିବସ ଭାବେ ପାଳିତ ହୋଇଯାଇଛି।ଏହି ଅବସରରେ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ବରିଷ୍ଠ ମେଡିକାଲ ଅଫିସର ଡାକ୍ତର ଜିତେନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିଲା। ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଟିବି ବିଭାଗ ବରିଷ୍ଠ ସୁପରଭାଇଜର୍ ସରୋଜ କୁମାର ଜେନା ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିବାବେଳେ ଆବାହକ ବ୍ଲକ ପ୍ରୋଗ୍ରାମ ମ୍ୟାନେଜର ତପନ କୁମାର ମଣ୍ଟୁ ଙ୍କର ତତ୍ୱାବଧାନରେ କାର୍ଯ୍ୟକ୍ରମ ଟି ପରିଚାଳିତ ହୋଇଥିଲା।ସେହିଭଳି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ବ୍ଲକ ଏକ୍ସଟେନ୍ସନ ଅଫିସର ଝୁମରାଣୀ ଚକ୍ରବର୍ତ୍ତୀ ଙ୍କର ଉପସ୍ଥିତ ସହ ଅଧୁନା ଟିବି ରୋଗ ଏବଂ ଏହାର ପ୍ରତିକାର ଉପରେ ବିଭିନ୍ନ ପ୍ରକାରର ଆଲୋଚନା ପର୍ଯ୍ୟାଲୋଚନା ହୋଇଥିଲା।ଏହି ପରିପ୍ରେକ୍ଷୀରେ ମୁଖ୍ୟ ମେଡିକାଲ ଅଫିସର ଟାଙ୍ଗୀ ଡାକ୍ତର ଜିତେନ୍ଦ୍ର ସାହୁ ମତ ଦେଇଥିଲେ ଯେ ବର୍ତ୍ତମାନ ଟିବି ରୋଗକୁ ଭୟ କରନ୍ତୁ ନାହିଁ।ସରକାର ମାଗଣାରେ ଚିକିତ୍ସା କରିବା ସହ ଆର୍ଥିକ ସହାୟତା ଔଷଧ ପାଇଁ ମଧ୍ୟ ପ୍ରଦାନ କରୁଛନ୍ତି।ଯଦି କୌଣସି ବ୍ୟକ୍ତିଙ୍କ ଲଗାତାର କାଶ ହେବା, ଦୁଇ ସପ୍ତାହରୁ ଅଧିକ ଜ୍ୱରହେବା, ଓଜନ କମିବା, କାଶ ରେ ରକ୍ତ ପଡ଼ିବା, ଦୁଇ ସପ୍ତାହ ରୁ ଅଧିକ କାଶ ଲାଗି ରହିବା ଏପରିକି ଯକ୍ଷ୍ମା ଔଷଧ ଖାଇଥିବା ଆଗରୁ କିମ୍ବା ବର୍ତ୍ତମାନ ଯଦି ଉପରୋକ୍ତ କୌଣସି ଲକ୍ଷଣ ଦେଖାଯାଏ ତ ତୁରନ୍ତ ଗ୍ରାମର ଆଶା ଦିଦି କିମ୍ବା ଡାକ୍ତରଖାନାରେ ନିଜର କଫ ପରୀକ୍ଷା କରିବାକୁ ଗଣମାଧ୍ୟମ ଆଗରେ ନିବେଦନ କରିଛନ୍ତି।ଡାକ୍ତର ଜିତେନ୍ଦ୍ର ସାହୁ ମତ ଦେଇଥିଲେ ଯେ ଟିବି ହଟାଅ ଦେଶ ବଞ୍ଚାଅ ଏହି ଧାରା କୁ ବଜାୟ ରଖିଲେ ଆମେ ନିଶ୍ଚିତ ଭାବରେ ଗାଁ କାହିଁକି ସାରା ଭାରତକୁ ଟିବିମୁକ୍ତ କରିପାରିବା।
ଏହି ଟିବିମୁକ୍ତ ଦିବସ ଅବସରରେ ଚିଲିକା ଏବଂ ଟାଙ୍ଗୀ ବ୍ଲକ ଅଞ୍ଚଳର ବହୁ ସାମ୍ବାଦିକ ଅଂଶଗ୍ରହଣ କରିଥିଲେ ।ଏହି ସମ୍ମିଳନୀରେ ମେଡିକାଲ ଅଫିସର ଜିତେନ୍ଦ୍ର ସାହୁ ମତ ଦେଇଥିଲେ ଯେ ଗଣମାଧ୍ୟମ ଦ୍ୱାରା ଏହି ସମାବେଶର ଖବର ନିଶ୍ଚିତ ଭାବରେ ସାଧାରଣ ଲୋକଙ୍କ ପାଖକୁ ପହଂଚିବ ଏବଂ ଲୋକମାନେ ଭୟଭୀତ ନହୋଇ ଆମ ସହ ଯୋଗାଯୋଗ କରନ୍ତୁ।ଆମେ ନିଶ୍ଚିତ ଭାବରେ ପଦକ୍ଷେପ ନେବୁ।