ନୂଆଦିଲ୍ଲୀ,୧।୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସାଧାରଣ ବଜେଟ୍ ୨୦୨୧-୨୨ ରେ ପୁରୁଣା ବାହନକୁ ରାସ୍ତାରୁ ହଟାଇବା ପାଇଁ ‘ସ୍କାପ୍ ପଲିସି’ର ଘୋଷଣା କରିଛନ୍ତି। ପ୍ରଦୂଷର ବିହୀନ ବାୟୁକୁ ଦୃଷ୍ଟିରେ ରଖି ଏହି ପଲିସି ଅନୁସାରେ ୨୦ ବର୍ଷ ପୁରୁଣା ବ୍ୟକ୍ତିଗତ ବାହନ ଓ ୧୫ ବର୍ଷ ପୁରୁଣା କମର୍ସିଆଲ ବାହନକୁ ଅଟୋମୋଟିକ୍ ଫିଟନେସ୍ ସେଣ୍ଟରରେ ଯାଞ୍ଚ କରିବାକୁ ହେବ। ତେବେ ଏ ସମ୍ପର୍କରେ ବିସୃତ ସୂଚନା ପରେ ସାମନାକୁ ଆସିବ। ନିକଟରେ ସଡକ ପରିବହନ ବିଭାଗ ଓ ରାଜମାର୍ଗ ମନ୍ତ୍ରଣାଳୟ ସରକାରୀ ବାହନ ପାଇଁ ୧୫ ବର୍ଷ ପୁରୁଣା ବାହନକୁ ସ୍କ୍ରାପ୍ କରିବାର ନୀତିକୁ ମଞ୍ଜୁରୀ ଦେଇଥିଲେ। ମନ୍ତ୍ରଣାଳୟର ଏହି ନିଷ୍ପତ୍ତିକୁ କେନ୍ଦ୍ର, ରାଜ୍ୟ ସରକାର ଓ ପବ୍ଲିକ ସେକ୍ଟରର କମ୍ପାନୀରେ ବ୍ୟବହାର ହେଉଥିବା ୧୫ ବର୍ଷ ପୁରୁଣା ବାହନକୁ ହଟାଇବାକୁ ହେବ। ତେବେ ଏହି ନୀତିର ପାଳନ ଅପ୍ରେଲ ୨୦୨୨ରୁ ହେବ।