ନୂଆଦିଲ୍ଲୀ,୨୪।୧୦: କରୋନା ସଙ୍କଟ ମଧ୍ୟରେ ପିଆଜ ଦର ବଢି ବଢି ଚାଲିଛି । ପିଆଜ ଦର ବୃଦ୍ଧି ନେଇ କଠୋର ହୋଇଛନ୍ତି କେନ୍ଦ୍ର ସରକାର । ଏନେଇ କେନ୍ଦ୍ର ସରକାର ପକ୍ଷରୁ ପିଆଜ ମହଜୁଦ ସୀମାକୁ ନେଇ କଟକଣା ଜାରି ହୋଇଛି । ଏଣିକି ପାଇକାରୀ ବେପାରୀ ୨୫ ମେଟ୍ରିକ ଟନ୍ ପିଆଜ ରଖିପାରିବେ । ଖୁଚୁରା ବ୍ୟବସାୟୀ ମାତ୍ର ୨ ମେଟ୍ରିକ ଟନ୍ ପିଆଜ ରଖିପାରିବେ । ୧୦ ହଜାର ମେଟ୍ରିକ ଟନ୍ ପିଆଜ ଆମଦାନୀ ପାଇଁ ଟେଣ୍ଡର ଜାରି ହେବ ।