ଏହି ରାଜ୍ୟରେ ପୁଣି ଡରାଇଲା କରୋନା, ଗୋଟିଏ ଦିନରେ ୫୦ ଜଣଙ୍କର ମୃତ୍ୟୁ ସେପ୍ଟେମ୍ବର ୩୦ ଯାଏ ଧାରା ୧୪୪ ଜାରି

ମୁମ୍ବାଇ, ୧୮,୦୯।: କରୋନା ମହାମାରୀ ପୁଣି ଥରେ ମୁମ୍ବାଇକୁ ଡରାଇଛି । ମୁମ୍ବାଇ ପୋଲିସକୁ ନିର୍ଦ୍ଦେଶ ଦିଆଯାଇଛି ଯେ, ଗୋଟିଏ ସ୍ଥାନରେ ୪ ଜଣରୁ ଅଧିକ ଲୋକ ଛିଡ଼ା ହୋଇପାରିବେ ନାହିଁ । ଏହି ଆଦେଶ ଆସନ୍ତା ୩୦ ତାରିଖ ଯାଏଁ ବଳବତ୍ତର ରହିବ । ମୁମ୍ବାଇରେ କରୋନା ପଜିଟିଭ ସଂଖ୍ୟା ପୁଣି ଥରେ ବଢ଼ିଥିବାରୁ ଏଭଳି ନିଷ୍ପତ୍ତି ହୋଇଛି ।
ଆଦେଶ ଅନୁସାରେ ଧାରା ୧୪୪ର ନିୟମ ପାଳନ କରିବାକୁ ପଡ଼ିବ । ଲୋକେ ଏକକାଳୀନ ୪ ଜଣରୁ ଅଧିକ ବୁଲିପାରିବେ ନାହିଁ । ସେହିଭଳି ବିନା କାରଣରେ ରାତିରେ ବୁଲିବାକୁ ମଧ୍ୟ ମନା କରିଦିଆଯାଇଛି । ଆଦିତ୍ୟ ଠାକରେ ଏହି ଆଦେଶ ଆସିବା ପରେ ଟୁଇଟ କରିଛନ୍ତି । ସେ କହିଛନ୍ତି, ମୁମ୍ବାଇରେ ଧାରା ୧୪୪ ଅଗଷ୍ଟ ୩୧ରୁ ଲାଗୁ ହୋଇଛି । ତେଣୁ ଚିନ୍ତା ହେବାର କୌଣସି କାରଣ ନାହିଁ ।
ସୂଚନାଯୋଗ୍ୟ, ଜରୁରୀ ସେବାରେ ନିୟୋଜିତ ଥିବା ବ୍ୟକ୍ତିମାନେ ଯାତାୟତ କରିପାରିବେ । ଗଣମାଧ୍ୟମର ପତିନିଧି, ବ୍ୟାଙ୍କ କର୍ମଚାରୀ, ପରିବା ବିକାଳି, କିରାନା ଦୋକାନ, ହସ୍ପିଟାଲ, ଟେଲିଫୋନ, ଇଣ୍ଟରନେଟ, ବିଦ୍ୟୁତ, ପେଟ୍ରୋଲ ପଂପ, ସେବି, ଷ୍ଟକ ଏକ୍ସଚେଞ୍ଜ, ବନ୍ଦର ବିଭାଗରେ କାର୍ଯ୍ୟରତ କର୍ମଚାରୀ ଯାଇପାରିବେ ।