ଘୁଞ୍ଚିଲା ଏନଇଟି ପରୀକ୍ଷା

ନୂଆଦିଲ୍ଲୀ,୧୪।୦୯ : ସେପ୍ଟେମ୍ୱର ୧୬ରେ ହେବାକୁ ଥିବା ୟୁଜିସି ଏନଇଟି ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି। ପରୀକ୍ଷା ପରିଚାଳନା କରୁଥିବା ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ଏନେଇ ବିଜ୍ଞପ୍ତି ଜାରି କରିଥିବା ବେଳେ ସେପ୍ଟେମ୍ବର ୨୪ ପରେ ପରୀକ୍ଷା ହେବ ବୋଲି ସୂଚନା ଦିଆଯାଇଛି। ପରୀକ୍ଷା ତାରିଖ ସ୍ଥିର ହେଲେ ଆଡମିଟ୍ କାର୍ଡର ବିବରଣୀ ugc.nta.nic.inରେ ଉପଲବ୍ଧ ହେବ। ସେପ୍ଟେମ୍ବର ୧୬, ୧୭, ୨୨ ଓ ୨୩ରେ ଏନଟିଏର ଅନ୍ୟାନ୍ୟ ପରୀକ୍ଷା ସ୍ଥଗିତ ରଖାଯାଇଛି। ଏସବୁ ପରୀକ୍ଷାର ତାରିଖ ବାବଦରେ ପୁଣି୍ ଥରେ ବିଜ୍ଞପ୍ତି ପ୍ରକାଶ କରି ସୂଚନା ଦିଆଯିବ ବୋଲି ଜଣାପଡ଼ିଛି।